fbpx

ପ୍ରବଳ ବର୍ଷାର ପ୍ରଭାବ: ନାଳରେ ଭାସିଗଲେ ଚାଷୀ

ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି । ନୂଆପଡ଼ା ପଞ୍ଚାୟତ ମୋରମରସିଂ ଗାଁରେ ଏହି ଅଘଟଣ ଘଟିଛି । ବିଲକୁ କେତେ ପାଣି ହୋଇଛି ଦେଖିବାକୁ ଯାଇଥିବା ବେଳେ ସୁଅରେ ଭାସିଯାଇଛନ୍ତି । ସୂଚନା ଥାଉ କି, ଗତକାଲି ଠାରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି ।

 

Get real time updates directly on you device, subscribe now.