fbpx
BJD
BJD SKY
BJD SKY

୨୧ ବର୍ଷରେ ଡିଏସପି ହେଲେ ହିମା, ଦେଖନ୍ତୁ ଭିଡ଼ିଓ

ଦିସପୁର, ୨୭ା୨: ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ଆସାମ ପୋଲିସ ବିଭାଗରେ ଡିଏସପି ପଦରେ ନିଯୁକ୍ତି ପାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ହିମାଙ୍କୁ ଏହି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ।

ମାତ୍ର ୨୧ ବର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମାନଜନକ ପଦବୀରେ ଅଧିଷ୍ଠିତ ହେବା ହେମା ନିଜର ପ୍ରତିକ୍ରିୟା ରଖିଥିଲେ । ପିଲାବେଳୁ ହିମା ପୋଲିସ ବିଭାଗରେ ଚାକିରି କରିବେ ବୋଲି ସ୍ୱପ୍ନ ଦେଖିଥିଲେ, ଯାହା ଆଜି ପୂରଣ ହୋଇଛି । ଆଗକୁ ସେ ଲୋକଙ୍କ ସେବା କରିବା ସହ କ୍ରୀଡ଼ା କ୍ଷେତ୍ରରେ ଦେଶ ତଥା ରାଜ୍ୟର ସୁନାମ ଆଣିବାକୁ ପ୍ରଚେଷ୍ଟା ଜାରି ରଖିବେ ବୋଲି ହିମା କହିଥିଲେ । ସୂଚନାଯୋଗ୍ୟ ଯେ, ହିମା ଆସାମର ଧିଙ୍ଗ ସହର ନିକଟସ୍ଥ କାନ୍ଧୁଲିମାରି ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳେ ଅଧ୍ୟୟନ ସମୟରୁହିମାଙ୍କର ଫୁଟବଲ ଖେଳ ପ୍ରତି ଗଭୀର ରୁଚି ଥିଲା । ସେ ପୁରୁଷଙ୍କ ଫୁଟବଲରେ ଖେଳିବା ସହ ପୁରୁଷମାନଙ୍କୁ ଚ୍ୟାଲେଞ୍ଜ ଦେଉଥିଲେ । ତାଙ୍କର ପ୍ରତିଭା ଦେଖି ଶିକ୍ଷକମାନେ ତାଙ୍କୁ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଉପଦେଶ ଦେଇଥିଲେ ।

Get real time updates directly on you device, subscribe now.