fbpx

ଏହି ରାଜ୍ୟ ରେ ପରୀକ୍ଷା ନଦେଇ ପାସ ହେବେ ନବମ ,ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ

କରୋନା ମହାମାରୀ ବେଳେ ଦେଶର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଏହା ଉପରେ ବିଚାର କରି ତାମିଲନାଡୁ ସରକାର ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପରବର୍ତ୍ତି ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପାଲାନିସ୍ୱାମୀ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟରେ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯିବ । ଏନେଇ ସରକାରୀ ପରୀକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ସାରଣୀ ଘୋଷଣା କରାଯାଇଛି । ମେ ମାସ ୩ ତାରିଖରୁ ୨୧ ତାରିଖ ମଧ୍ୟରେ ଦ୍ୱାଦଶ ଶ୍ରେଣୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.