fbpx

ବିଚରେ ଥିଲା ଲୋକ ଗହଳି: ହଠାତ୍ ଘଟିଲା ଏଭଳି ଦୁର୍ଘଟଣା, ଦେଖନ୍ତୁ ଭିଡିଓ…

ଜନଗହଳି ପୂର୍ଣ୍ଣ ଏକ ବିଚ୍ ରେ ଖସିଲା ହେଲିକପ୍ଟର । ଆମେରିକା ଫ୍ଲୋରିଡା ମାୟାମୀ ବିଚ୍ ରେ ସମୁଦ୍ରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟର ଯେଉଁ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେଠାରୁ କିଛି ଦୂରରେ ଅନେକ ଲୋକ ପହଁରୁଥିଲେ ଏବଂ ପାର୍ଟୀ ମଧ୍ୟ କରୁଥିଲେ । ଆଉ ଏହି ହେଲିକପ୍ଟର ଦୁର୍ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ଦୁଇ ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମାୟାମୀ ବିଚ୍ ପୋଲିସ ବିଭାଗ ଘଟଣାର ଏକ ଭିଡିଓ ଟ୍ୱିଟରରେ ଶେୟାର କରିଛି ।

ଭିଡିଓରେ ଦେଖାଯାଉଛି କିଭଳି ହେଲିକପ୍ଟରଟି ସମୁଦ୍ର ମଝିରେ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଯେଉଁ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି ସେଠାରେ ବହୁ଼ ମାତ୍ରାରେ ଲୋକମାନେ ଉପସ୍ଥିତ ଥିଲେ । ଆଉ ଯେତେବେଳେ ସେମାନେ ଏହି ଦୁର୍ଘଟଣା ଦେଖିଥିଲେ ଲୋକମାନେ ଏପାଖ ସେପାଖ ଦୌଡ଼ିବାକୁ ଲାଗିଥିଲେ ।

ମାୟାମୀ ପୋଲିସ ତରଫରୁ କୁହାଯାଇଛି ଯେ ହେଲିକପ୍ଟରରେ ଦୁଇଜଣ ରହିଥିଲେ ଦୁର୍ଘଟଣାରେ ସେମାନେ ଆହତ ହୋଇଥିଲେ ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଏବେ ସେମାନେ ସୁସ୍ଥ ଅଛନ୍ତି । ତେବେ ସୌଭାଗ୍ୟବସତଃ କିଛି ଦୂରରେ ଘଟିଥିବାରୁ ଲୋକଙ୍କ ଜୀବନ ରକ୍ଷା ପାଇଯାଇଥିଲା । ସେପଟେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.