fbpx

ଗାଡ଼ିଚାଳକମାନେ ହୋଇଯାଆନ୍ତୁ ସାବଧାନ: ହେଲମେଟ୍ ନ ପିନ୍ଧିଲେ, ବାଇକରେ ୩ ଜଣ ବସିଲେ, ଛୋଟ ପିଲା ଗାଡ଼ି ଚଳାଇଲେ ଫାଇନ୍ ସହ DL ବାତିଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗାଡ଼ିଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ । ଆସନ୍ତା ୧୫ ତାରିଖଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମାନଙ୍କରେ ହେଲମେଟ୍ ଚେକିଂ ଆରମ୍ଭ ହୋଇଯିବ ।

ତେବେ ଗାଡ଼ିଚାଳକମାନଙ୍କର ହେଲମେଟ୍ ଚେକିଂ ବାବଦରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୨୧ରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୧୩୦୮ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ୮୬୮ ଜଣ ଗାଡ଼ି ଚାଳକ ଥିବା ବେଳେ ୪୪୦ ଜଣ ବାଇକ୍ ପଛରେ ବସିଥିଲେ । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ହେଲମେଟ୍ ପିନ୍ଧି ନଥିବା ଜଣାପଡ଼ିଥିଲା ।

ଆସନ୍ତା ୧୫ ତାରିଖରୁ ସ୍ୱତନ୍ତ୍ର ଭାବେ ହେଲମେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏ ବାବଦରେ ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହେଲମେଟ୍ ଚେକିଂ ସହିତ ଦୁଇଚକିଆ ଯାନରେ ତିନି ଜଣ ବସିବା, ଛୋଟ ପିଲା ଚଳାଇବା ଆଦି ଯାଞ୍ଚ ହେବ ବୋଲି କୁହାଯାଇଛି । ଚେକିଂ ସମୟରେ ଯେଉଁମାନେ ଧରାପଡ଼ିବେ, ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ କରିବା ପାଇଁ କୁହାଯାଇଛି ।

Get real time updates directly on you device, subscribe now.