fbpx

ବିଜେପି ସାଂସଦଙ୍କୁ ନେଇ ଗୃହରେ ଚର୍ଚ୍ଚା, ଅଜଣା ବ୍ୟକ୍ତିକୁ କାବୁ କରି ହେଲେ ‘ହିରୋ ଅଫ୍ ଦି ହାଉସ୍‌’

Advertisement

ନୂଆଦିଲ୍ଲୀ: ଆଜି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ହଠାତ୍ ଚାଲିଆସି ହଙ୍ଗାମା ସୃଷ୍ଟି କରିଥିଲେ । ଏମାନଙ୍କୁ ସୁରକ୍ଷା କର୍ମୀ କାବୁ କରିବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ସାଂସଦ ଆର୍ କେ ସିଂହ ପଟେଲ ସେଠାକୁ ଧାଇଁଯାଇ ଜଣଙ୍କୁ କାବୁ କରି ନେଇଥିଲେ । ଏହି ଘଟଣା ପରେ ସାଂସଦଙ୍କୁ ନେଇ ଏବେ ଗୃହରେ ଚର୍ଚ୍ଚା ହେଉଛି ଓ ତାଙ୍କୁ ହିରୋ ଅଫ୍ ଦି ହାଉସ୍ କୁହାଯାଉଛି ।

ତେବେ ବିଜେପି ସାଂସଦ ଆର୍ କେ ସିଂହ ପଟେଲ ଅଜ୍ଞାତ ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେଇଥିଲେ । ପଟେଲ କହିଛନ୍ତି ଯେତେବେଳେ ଆମେ ସମସ୍ତେ ଗୃହରୁ ବାହାରିବାକୁ ଉଦ୍ୟତ ହେଉଥିଲୁ ସେହି ସମୟରେ ମୁଁ ଦେଖିଥିଲି ସୁରକ୍ଷା କର୍ମୀ ୨ଜଣ ଅଜଣା ବ୍ୟକ୍ତିଙ୍କୁ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଏହାପରେ ମୁଁ ତାଙ୍କ ଆଡକୁ ଧାଇଁଥିଲି ଓ ସଙ୍ଗେ ସଙ୍ଗେ ତାଙ୍କ ବେକ ଧରି ତାଙ୍କୁ କାବୁ କରି ନେଇଥିଲି । ଏହାପରେ ଅନ୍ୟ ସାଂସଦମାନେ ସେଠାରେ ପହଞ୍ଚିଥିଲେ । ସେହି ଅଜ୍ଞାତ ବ୍ୟକ୍ତି କଲର ଗ୍ୟାସ୍ ସ୍ପ୍ରେ କରି ଆମକୁ ଅଣନିଃଶ୍ୱାସୀ କରିବାକୁ ଚେଷ୍ଟା କରିଥିଲେ । ଏହାପରେ ଲୋକସଭାକୁ ମୁଲତବୀ କରିଦିଆଯାଇଥିଲା ।

Get real time updates directly on you device, subscribe now.