fbpx

୧୩୦ କୋଟିର ହେରୋଇନ୍ ଜବତ, ଦେଶରେ ଅବୈଧ କାରବାର ଚଳାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍

Advertisement

ଦିଲ୍ଳୀ ପୋଲିସ ଏବଂ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ମିଳିତ ଭାବରେ ଏକ ବଡ଼ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛନ୍ତି । ୧୩୦ କୋଟିର ହେରୋଇନ ଜବତ କରାଯାଇଛି । ଚାରି ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଛି । ଜଣେ ଅଭିଯୁକ୍ତ ଏନଡିପିଏସ ଆକ୍ଟ ଅନୂଯାୟୀ ପୂର୍ବରୁ ମଧ୍ୟ ଗିରଫ ହୋଇସାରିଛି । ଏହି ଗ୍ୟାଙ୍ଗ ଦିଲ୍ଲୀ-ଏନସିଆରେ ଦୀର୍ଘ ଦିନରୁ ସକ୍ରିୟ ଥିଲେ । ବିଦେଶରୁ ହେରୋଇନ ଭାରତରେ ଟ୍ରାନ୍ସପୋର୍ଟ କରୁଥିଲେ ଏବଂ ପରେ ଏହାକୁ ଦେଶର ବିଭିନ୍ନ ରାଜ୍ୟରେ ଅବୈଧ ଭାବରେ ବିକ୍ରି କରୁଥିଲେ ।

ତେବେ ଶୁକ୍ରବାର ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି ଯାଞ୍ଚ ଏଜେନ୍ସୀ । ସେମାନଙ୍କ ପାଖରୁ ୨୧,୪୦୦ କିଲୋ ହେରୋଇନ୍ ଜବତ ହୋଇଛି । ଏହି ଅବୈଧ କାରାନାମାର ମାଷ୍ଟରମାଇଣ୍ଡ ପରଭେଜ ଆଲମକୁ ମଧ୍ୟ ପୋଲିସ ହାତରେ ଧରାପଡ଼ିଛି । ଯାହା ନେତୃତ୍ୱରେ ଏହି ଡ୍ରଗ୍ସ କାରବାର ଚାଲୁଥିଲା ।

ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ ଗ୍ୟାଙ୍ଗ ପୂରା ଦେଶରେ ଏହାର କାୟା ବିସ୍ତାର କରିବାରେ ଲାଗିଥିଲା । ଦିଲ୍ଲୀ-ଏନସିଆର ବ୍ୟତୀତ ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଏମାନଙ୍କର କାରବାର ଚାଲିôଲା । କିନ୍ତୁ ଏବେ ଗୋଟିଏ ଝଟକାରେ ଦିଲ୍ଳୀ ପୋଲିସ କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ।

Get real time updates directly on you device, subscribe now.