ସାପ କାମୁଡାରେ ଗୁରୁତର ଶିଶୁକୁ ପୁନର୍ଜନ୍ମ ଦେଲା ହାଇଟେକ୍ ହସ୍ପିଟାଲ

ଶିଶୁର ଚିକିତ୍ସା କରିଥିଲେ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନଙ୍କ ସହ ଅନ୍ୟ ଦକ୍ଷ ଡାକ୍ତର।

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ପୁର୍ନଜନ୍ମ ପାଇଲା ଛୋଟ ଶିଶୁ। ଶୋଇଥିବା ଅବସ୍ଥାରେ କାମୁଡି ଦେଇଥିଲା ସାପ। ଗୁରୁତର ଶିଶୁକୁ ନୂଆ ଜୀବନ ଦେଇଛି ହାଇଟେକ୍ ହସ୍ପିଟାଲ।

ଗଞ୍ଜାମ ଜିଲ୍ଲାର ଏକ ଶିଶୁ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ସାପ କାମୁଡ଼ି ଦେଇଥିଲା। ତୁରନ୍ତ ଶିଶୁଟିକୁ ବାପା ପବିତ୍ର, ମାଆ ରଶ୍ମିତା ଗଞ୍ଜାମ ସରକାରୀ ହସ୍ପିଟାଲ ନେଇଥିଲେ।

ଶିଶୁ ଗୁରୁତର ଥିବାରୁ ଭୁବନେଶ୍ୱର କି କଟକର କୌଣସି ହସ୍ପିଟାଲକୁ ନେବାକୁ ସରକାରୀ ମେଡିକାଲ ଡାକ୍ତର କହିଥିଲେ ।

ଶିଶୁକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ସେମାନେ ପିଲାର ଭଲ ହେବା ସମ୍ଭାବନା କମ୍ କହି ଫେରାଇ ଦେଇଥିଲେ।

ପରେ ଶିଶୁର ମାଆ, ବାପା ହାଇଟେକ ମେଡିକାଲରେ ଶିଶୁକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଶିଶୁର ଚିକିତ୍ସା କରିଥିଲେ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନଙ୍କ ସହ ଅନ୍ୟ ଦକ୍ଷ ଡାକ୍ତର ଶିଶୁର ଚିକିତ୍ସା କରାଇ ପୁନର୍ଜନ୍ମ ଦେଇଥିଲେ।

ଶିଶୁର ମା, ରଶ୍ମିତା ନାୟକ, ବାପା ପବିତ୍ର ନାୟକ ତାଙ୍କର ୩ ବର୍ଷର ପିଲାର ପୁନର୍ଜନ୍ମ ପାଇଁ ଡାକ୍ତର ଜାନକୀ ବଲ୍ଲଭ ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ହାଇଟେକ୍ ହସ୍ପିଟାଲକୁ ପ୍ରଣାମ ଜଣାଇଛନ୍ତି।

ସାପ କାମୁଡ଼ା ସମୟରେ ତୁରନ୍ତ ଦକ୍ଷ ଚିକିତ୍ସାମାନଙ୍କ ଦ୍ୱାରା ପରାମର୍ଶ ଓ ଚିକିତ୍ସା କରାଇଲେ ମୃତ୍ୟୁ ମୁଖରୁ ବଞ୍ଚିପାରିବେ ବୋଲି ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଏବଂ

ଚିକିତ୍ସାବିତମାନେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ସୁପରିଟେଣ୍ଡଣ୍ଟ ଡକ୍ଟର ରବିନ୍ଦ୍ରନାଥ ବେହେରା କହିଛନ୍ତି।