fbpx

ମାଡି ଆସୁଛି ବାତ୍ୟା ସି-ତ୍ରାଙ୍ଗ: ଜାଣନ୍ତୁ କେଉଁ ରାଜ୍ୟ ପାଇଁ ଜାରି ହେଲା ହାଇ ଆଲର୍ଟ

କୋଲକାତା: ବାତ୍ୟା ସି-ତ୍ରଙ୍ଗ ପାଇଁ ଏବେ ଓଡିଶା ଏବଂ କୋଲକାତାରେ ଭୟ ସୃଷ୍ଟି ହୋଇଛି । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସାମନା କରିଥିବା ବିଭିନ୍ନ ବାତ୍ୟାକୁ ମନେ ପକାଇ ଏବେ ଚାଷୀଙ୍କ ସମେତ ରାଜ୍ୟବାସୀ ବି ଚିନ୍ତାରେ ପଡି ଯାଇଛନ୍ତି । ତେବେ ଓଡିଶା ପାଇଁ ଏହାର ପ୍ରଭାବ କମ୍ ରହିଥିବା ବେଳେ ପଶ୍ଚିମବଙ୍ଗ ପାଇଁ ଏହାର ପ୍ରଭାବ ଅଧିକ ରହିବ । ତେଣୁ ଏବେ ପଶ୍ଚିମବଙ୍ଗରେ ହାଇ ଆଲର୍ଟ ଜାରି କରାଯାଇଛି ।

ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଅଞ୍ଚଳରେ ପାଣି ମାଡି ଆସୁଛି । ଜୁଆରର ଉଚ୍ଚତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନ୍ୟ ଆଦେଶ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ବାତ୍ୟା କାରଣରୁ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ମଧ୍ୟ ଆରମ୍ଭ ହୋଇଛି । ତେଣୁ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସୀମାନ୍ତ ଦୀଘା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି ।

ଅନ୍ୟପଟେ ନିୟୁ ଦୀଘା ଏବଂ ଏହାର ଉପକୂଳରେ ଥିବା ଦୋକାନ-ବଜାର ସହ ହୋଟେଲକୁ ମଧ୍ୟ ସତର୍କ କରିଛି ପଶ୍ଚିମବଙ୍ଗ ପ୍ରଶାସନ । ହଲଦିଆ ଡକ୍ ରେ ମଧ୍ୟ ମାଇକ ଜରିଆରେ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ବିଭିନ୍ନ ସ୍ଥାନରେ କୋଷ୍ଟାଲ ଗାର୍ଡ ଟିମ୍ ମୁତୟନ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.