fbpx

ରକ୍ତଚାପ ସହ ଖରାପ କୋଲେଷ୍ଟ୍ରଲ ବଢାଇଥାଏ ହୃଦଘାତର ବିପଦ: ରିସର୍ଚ୍ଚ

ଖରାପ ଜୀବନଶୈଳୀ ଏବଂ ଖାଦ୍ୟ ଅଭ୍ୟାସ ଯୋଗୁଁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ରକ୍ତଚାପ ଉଚ୍ଚ ରହିଥିବା ଦେଖିବାକୁ ମିଳୁଛି । ରକ୍ତଚାପ ବୃଦ୍ଧି ହେତୁ ହୃଦୟ, ମସ୍ତିଷ୍କ, କିଡନୀ ଏବଂ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବଢିଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୧.୨୮ ବିଲିୟନ ଲୋକଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ଜାଣି ନଥାନ୍ତି ଯେ ସେମାନଙ୍କର ରକ୍ତଚାପ ଜନିତ ରୋଗ ଅଛି । ପ୍ରାୟ ୭୦ କୋଟି ଲୋକ ରକ୍ତଚାପ ପାଇଁ ଚିକିତ୍ସା କରନ୍ତି ନାହିଁ । ଏହି କାରଣରୁ ଉଚ୍ଚ ରକ୍ତଚାପ ସହିତ ଶରୀରରେ ଖରାପ କୋଲେଷ୍ଟ୍ରଲ ମଧ୍ୟ ବଢିଥାଏ । ବର୍ତ୍ତମାନ ଏକ ନୂତନ ରିସର୍ଚ୍ଚରେ କୁହାଯାଇଛି ଯେ ଖରାପ କୋଲେଷ୍ଟ୍ରଲ ସହିତ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କଠାରେ ହୃଦଘାତର ଆଶଙ୍କା ବଢିଥାଏ ।

ଆମେରିକୀୟ ହାର୍ଟ ଆସୋସିଏସନ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ଏବଂ ଲିପୋପ୍ରୋଟିନ୍ ସ୍ତର ବଢିଥାଏ ସେମାନଙ୍କଠାରେ ହୃଦରୋଗ ହେବାର ଆଶଙ୍କା ୧୮ ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥାଏ । ଲିପୋପ୍ରୋଟିନ୍ ହେଉଛି ଏକ ପ୍ରକାର ଖରାପ କୋଲେଷ୍ଟ୍ରଲ୍ ଯାହା ହୃଦୟକୁ ଯାଉଥିବା ଧମନୀରେ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ହୃଦୟରେ କମ୍ ରକ୍ତ ପହଞ୍ଚିଥାଏ । ଏହାଦ୍ୱାରା ହୃଦୟ ସ୍ପନ୍ଦନ ହେବାରେ କଷ୍ଟ ହୋଇଥାଏ । ତେବେ ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ ଯାହାର ଉଚ୍ଚ ରକ୍ତଚାପ ନାହିଁ ଏବଂ ଯଦି ତାଙ୍କର ଲିପୋପ୍ରୋଟିନ୍ ବୃଦ୍ଧି ହୁଏ ତେବେ ତାଙ୍କୁ କୌଣସି ବିପଦ ନଥାଏ ।

ଉଚ୍ଚ ରକ୍ତଚାପ ଅର୍ଥାତ ଅନେକ ପ୍ରକାରର ହୃଦୟ ସମ୍ବନ୍ଧୀୟ ସମସ୍ୟା । ଏହି ରିସର୍ଚ୍ଚର ମୁଖ୍ୟ ଗବେଷକ ଉତ୍ତର କୈରୋଲିନାରେ ଥିବା ଫରେଷ୍ଟ ବାପ୍ଟିଷ୍ଟ ମେଡିକାଲର ବିଶେଷଜ୍ଞ ଋଷି ରିଖି କହିଛନ୍ତି ଯେ ଲିପୋପ୍ରୋଟିନ୍ ଜେନେଟିକ୍ ଦ୍ୱାରା ହେଉଥିବା ଏକ ଖରାପ କୋଲେଷ୍ଟ୍ରଲ । ସେ ତାଙ୍କ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଯେଉଁମାନେ ପୂର୍ବରୁ ହୃଦଘାତ କିମ୍ବା ଷ୍ଟ୍ରୋକର ସାମ୍ନା କରିନାହାଁନ୍ତି, ଯଦି ସେମାନଙ୍କର ଲିପୋପ୍ରୋଟିନ୍ ସ୍ତର ବଢିଯାଏ, ତେବେ ନିକଟ ଭବିଷ୍ୟତରେ ସେମାନଙ୍କର ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢିଯିବ । ଋଷି ରିଖି କହିଛନ୍ତି ଯେ ଲିପୋପ୍ରୋଟିନ୍ ହୃଦରୋଗ ପାଇଁ ଜଣାଶୁଣା । ରିସର୍ଚ୍ଚରେ, ଉପର ସ୍ତରର ରକ୍ତଚାପ ୧୪୦ ଏବଂ ନିମ୍ନ ସ୍ତରର ୯୦ ରକ୍ତଚାପକୁ ହାଇପର ଟେନସନ ଭାବରେ ବୁଝାଯାଏ । ଯେଉଁମାନଙ୍କର ରକ୍ତଚାପ ୧୪୦/୯୦ ଥାଏ ସେମାନଙ୍କର ଉଚ୍ଚ ରକ୍ତଚାପ ଥାଏ ।

Get real time updates directly on you device, subscribe now.