fbpx
BJD SKY
BJD SKY

ହାଇକୋର୍ଟ ଶୁଣାଣିର ହେବ ସିଧା ପ୍ରସାରଣ; ଲାଇଭ୍ ଦେଖିପାରିବେ ସାଧାରଣ ଲୋକ

BJD

କଟକ(ଓଡ଼ିଶା ଭାସ୍କର): ଏଣିକି ହାଇକୋର୍ଟରେ ଶୁଣାଣିର ହେବ ସିଧା ପ୍ରସାରଣ । ଏ ନେଇ ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋର୍ଟରେ ହେଉଥିବା ସମସ୍ତ ପ୍ରକାରର ଶୁଣାଣିକୁ ସାଧାରଣ ଲୋକମାନେ ଏବେ ଲାଇଭ୍ ଦେଖିପାରିବେ । ଜାରି ବିଜ୍ଞପ୍ତି ଅନୁସାରେ, ଏହା ଅଗଷ୍ଟ ୨ ତାରିଖରୁ କାର୍ଯ୍ୟକାରୀ ହେବ । ଏଥିପାଇଁ ନୂଆ ଆଇନ ପ୍ରଣୟନ କରାଯିବ ବୋଲି ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ୍-୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ବିଜ୍ଞପ୍ତିରେ କେଉଁ କେଉଁ ମାମଲାର ଲାଇଭ୍ ଟେଲିକାଷ୍ଟ କରାଯିବ ଏବଂ କଣ କଣ ବାଦ୍ ପଡ଼ିବ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ତେବେ ଲାଇଭ୍ ଟେଲିକାଷ୍ଟ ହେବାକୁ ଥିବା ମାମଲା ଗୁଡ଼ିକ ହେଉଛି ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ୍ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ପ୍ରସାରଣ । ଲାଇଭ୍ ଟେଲିକାଷ୍ଟରେ ଉଭୟ ଅଡିଓ ଓ ଭିଡିଓ ରହିବ ।

ଅନ୍ୟପଟେ ବୈବାହିକ ମାମଲା, ଶିଶୁ ଯୌନ ନିର୍ୟାତନା, ବଳାତ୍କାର ମାମଲା, ମହିଳା ନିର୍ୟାତନା ମାମଲା, ହେବିଅସ୍ କର୍ପସ ମାମଲା ଭଳି ମାମଲାର ଲାଇଭ୍ ଷ୍ଟ୍ରିମିଂ ହେବ ନାହିଁ । ଏନେଇ ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.