fbpx

ବରିଷ୍ଠ IAS ସ୍ତରରେ ଅଦଳବଦଳ, ଅଶୋକ ମୀନା ହେଲେ ପଞ୍ଚାୟତିରାଜ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅର୍ଥ ସଚିବ ତଥା ଆଇଏଏସ ଅଶୋକ ମୀନା ହୋଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ । ସେହିପରି ପର୍ଯ୍ୟଟନ ସଚିବ ବିଶାଲ ଦେବଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ଏହା ସହ ଡିକେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଦୀର୍ଘବର୍ଷ ପରେ ପଞ୍ଚାୟତିରାଜରୁ ବଦଳିଛନ୍ତି ଡି.କେ. ସିଂହ । ସେହିପରି ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ପର୍ଯ୍ୟଟନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ଭିନିଲ କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

Get real time updates directly on you device, subscribe now.