fbpx

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଚାଲେଞ୍ଜ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମାନ୍ୟବର ହାଇକୋର୍ଟ । ୨୦୨୦ଲକଡାଉନ ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ରିଲିଫ ପ୍ୟାକେଜରେ ଆଉ କିଛି ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଦାବି ହୋଇଛି । ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତି ଏବଂ ଜନଧନ ଯୋଜନାରେ ଆକାଉଣ୍ଟ ନଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଗରିବ କଲ୍ୟାଣ ଯୋଜନାରେ ସାମିଲ କରିବା ଉଚିତ ବୋଲି କୁହାଯାଇଛି ।

କାର୍ଯ୍ୟବାହକ ମୁଖ୍ୟ ନ୍ୟାୟଧୀଶ ବିପିନ ସାନ୍ଧୀ ଏବଂ ନ୍ୟାୟମୂର୍ତ୍ତି ନବୀନ ଚାୱଲା ପୀଠ ଆକାଶ ଗୋୟଲାଙ୍କ ନିବେଦନ ଅନୁସାରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ହାଇକୋର୍ଟ । ତେବେ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଓକିଲ ଅନିଲ ସୋନି କୋର୍ଟଙ୍କୁ ସ୍ଥିତି ରିପୋର୍ଟ ଦାଖଲ କରିବା ପାଇଁ କିଛି ସମୟ ମହଲତ ମାଗିଛନ୍ତି । ସେପଟେ, ଗରିବ ସୀମାରେଖା ତଳେ ଥିବା ଅନେକ ଲୋକଙ୍କୁ ଏହି ଯୋଜନାରୁ ବଞ୍ଚିତ କରାଯାଇଛି । ତେଣୁ ଏହା ଏକ ସଠିକ ଯୋଜନା ନୁହେଁ ବୋଲି ଦାବି କରିଛନ୍ତି ଆକାଶ । ଉଜ୍ଜ୍ୱଳ ଯୋଜନାରେ ସାମିଲ ହୋଇନଥିବା ହିତିଧିକାରୀ ଏବଂ ଜନଧନ ଯୋଜନାେ ଆକାଉଣ୍ଟ ନଥିବା ବ୍ୟକ୍ତିମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇ ପପାରୁନଥିବା ଯୁକ୍ତି ବାଢିଛନ୍ତି ଆକାଶଙ୍କ ଓକିଲ ପ୍ରଶାନ୍ତ ଭୂଷଣ ।

ଆକାଶଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଏହି ରିଲିଫ ଯୋଜନାରେ କେବଳ PMJDY ଆକାଉଣ୍ଟଧାରୀମାନେ ହିଁ ପାଇ ପାରୁଛନ୍ତି । ସରକାରଙ୍କ ତରଫରୁ ଦିଆଯାଉତିବା ୫୦୦ ଟଙ୍କାର ଅନୁଦାନ କେବଳ ଏହିମାନଙ୍କୁ ମିଳୁଛି ବୋଲି ଆକାଶ ଅଭିଯୋଗ କରିଛନ୍ତି । ଏହା ସହିତ ଅନେକ ମହିଳାଙ୍କ ନିକଟରେ ଏହି ଖାତା କିମ୍ବା ବ୍ୟାଙ୍କରେ ଆକାଉଣ୍ଟ ନଥିବାରୁ ଏହି ସବୁିଧାରୁ ସେମାନେ ବଞ୍ଚିତ ହେଉଥିବା ଦାବି କରିଛନ୍ତି ଆକାଶ । ତେବେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.