fbpx

ସମଲିଙ୍ଗୀ ଦମ୍ପତ୍ତିକୁ ଝଟକା: ବିବାହକୁ ଅନୁମତି ଦେବାକୁ ହୋଇଥିବା ଯାଚିକା ଖାରଜ କଲେ କୋର୍ଟ

Advertisement

ହିନ୍ଦୁ ବିବାହରେ ସମଲିଙ୍ଗୀ ବିବାହକୁ ବିରୋଧ କରାଯାଇନଥିବା ଯୁକ୍ତି ଦର୍ଶାଇ ଦୁଇ ଯୁବତୀ ସେମାନଙ୍କ ବିବାହକୁ ସ୍ୱୀକୃତି ଦେବା ପାଇଁ କରିଥିବା ଯାଚିକାକୁ ଖାରଜ କରିଛନ୍ତି ଆଲହାବାଦ ହାଇକୋର୍ଟ ।

ଆଲାହାବାଦ ହାଇକୋର୍ଟ ଦୁଇ ଯୁବତୀଙ୍କୁ ତରଫରୁ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଦେଇଛନ୍ତି  । ଯାଚିକାରେ ଦୁଇ ଯୁବତୀ ସେମାନଙ୍କ ବିବାହକୁ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । ବିଚାରପତି ଶେଖର କୁମାର ଯାଦବ ଜଣେ ଯୁବତୀଙ୍କ ମା’ ଅଞ୍ଜୁ ଦେଦୀଙ୍କ ତରଫରୁ ଦାୟର ହୋଇଥିବା ବନ୍ଦୀ ପ୍ରତ୍ୟକ୍ଷୀକରଣ ଯାଚିକା ହେବିଏସ କର୍ପସ ଉପରେ ଶୁଣାଣିକରି ଦୁଇ ଯୁବତୀଙ୍କ ଯାଚିକା ଖାରଜ କରିଛନ୍ତି ।

ଅଞ୍ଜୁ ଦେବୀ ନିଜର ୨୩ ବର୍ଷୀୟ ଝିଅକୁ ମୁକ୍ତ କରିବା ପାଇଁ ଏକ ଯାଚିକା ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅଙ୍କୁ ୨୨ ବର୍ଷୀୟ ଜଣେ ଅନ୍ୟ ଜଣେ ଝିଅ ଅବୈଧ ଭାବରେ ବନ୍ଦୀ କରି ରଖିଛି । ଏହାପରେ ଏପ୍ରିଲ ୬ ତାରିଖରେ କୋର୍ଟ ଉଭୟଙ୍କୁ ହାଜର ହେବାକୁ କହିଥିଲେ ।

୭ ଏପ୍ରିଲରେ ଉଭୟ କୋର୍ଟରେ ହାଜର ହୋଇଥିଲେ ଏବଂ ସେମାନେ କହିଥିଲେ ଯେ ସେମାନେ ପରସ୍ପରକୁ ବିବାହ କରିଛନ୍ତି ଏବଂ ସେମାନଙ୍କ ବିବାହକୁ ମାନ୍ୟତା ଦିଆଯାଉ । ଯୁବତୀ ପକ୍ଷ ରଖିଥିଲେ ଯେ ହିନ୍ଦୁ ବିବାହ ଅଧିନିୟମରେ ୨ ଜଣଙ୍କ ମଧ୍ୟରେ ବିବାହ ନେଇ ଉଲ୍ଲେଖ ରହିଛି, କାନୁନ ମଧ୍ୟ ସମଲିଙ୍ଗୀ ବିବାହକୁ ବିରୋଧ କରୁନାହିଁ ।

ଏହା ଉପରେ ସରକାରୀ ଓକିଲ ଶୁଶାଣି କରି କହିଛନ୍ତି, ‘ହିନ୍ଦୁ ସଂସ୍କୃତି ରେ ବିବାହ ଏକ ସଂସ୍କାର ଯାହା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହିଁ ହୋଇପାରେ । ଆମ ଦେଶ ଭାରତୀୟ ସଂସ୍କୃତି, ଧର୍ମ ଏବଂ ଭାରତୀୟ କାନୁନ ହିସାବରେ ଚାଲିଥାଏ । ଭାରତରେ ବିବାହକୁ ଏକ ପବିତ୍ର ସଂସ୍କାର ଭାବେ ବିଶ୍ୱାସ କରାଯାଏ ଯେତେବେଳେ କି ଅନ୍ୟ ଦେଶରେ ବିବାହ ଏକ ଚୁକ୍ତି । ଅଦାଲତ ଯୁବତୀଙ୍କ ଯାଚିକା ଖାରଜ କରିଛନ୍ତି ।

Get real time updates directly on you device, subscribe now.