fbpx

ଶ୍ରବଣ କୁମାରଙ୍କ ଦେଶରେ ପ୍ରେମ ପାଇବା ପାଇଁ ଇଚ୍ଛା ରଖୁଛନ୍ତି ପିତା-ମାତା: ହାଇକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଜଣେ ପିତା ନିଜ ପୁଅର ମନୋଭାବ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପୁଅ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ବାପା କୋର୍ଟରେ ଆବେଦନ କରିଛନ୍ତି ।

ନିର୍ଯାତନା ବନ୍ଦ କରିବା ଏବଂ ସେମାନଙ୍କୁ ପ୍ରେମ ଏବଂ ସମ୍ମାନ ସହିତ ଖାଇବାକୁ ଦେବା ପାଇଁ ଆଦେଶ ଦେବାକୁ ଦାବି କରିଛନ୍ତି । ହାଣ୍ଡିଆର ବାସିନ୍ଦା ଛଭିନାଥ (୮୫) ହାଇକୋର୍ଟରେ ଆବେଦନ କରିଥିଲେ ଯେ, ତାଙ୍କ ପୁଅମାନେ ତାଙ୍କର ଦେଖାଶୁଣା ନକରିବା ସହ ଭାବପ୍ରବଣ ଆଶ୍ରୟ ଦେବା ପରିବର୍ତ୍ତେ ସେମାନଙ୍କୁ ହଇରାଣ କରିବା ଓ ସମ୍ପତ୍ତିରୁ ବେଦଖଲ କରିଥିଲେ ।

ହାଣ୍ଡିଆର ବାସିନ୍ଦା ଚାଭିନାଥ କୋର୍ଟରେ ଆବେଦନ କରିଛନ୍ତି ଯେ, ତାଙ୍କ ପୁଅମାନଙ୍କୁ ଆଦେଶ ଦିଅନ୍ତୁ କି ସେମାନେ ପିତାମାତାଙ୍କର ଯତ୍ନ ନିଅନ୍ତୁ , ପ୍ରେମ ଏବଂ ସମ୍ମାନ ସହିତ ଭରଣପୋଷଣ କରନ୍ତୁ । ପୁଅମାନଙ୍କ ନିର୍ଯାତନା ବନ୍ଦ କରିବାକୁ କୋର୍ଟରେ ଦାବି କରିଛନ୍ତି । ତାଙ୍କର ପୁତ୍ରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ । ତାଙ୍କ ପୁଅମାନେ ତାଙ୍କ ସହ ଅସଦାଚରଣ କରିଥିବା ସେ କୋର୍ଟଙ୍କୁ କହିଛନ୍ତି । ବୃଦ୍ଧ ପିତା ତାଙ୍କ ଅଭିଯୋଗର ସମାଧାନ ପାଇଁ ହାଣ୍ଡିଆର ଏସଡିଏମକୁ ମଧ୍ୟ ନିବେଦନ କରିଥିଲେ । କିନ୍ତୁ ଏହା ଉପରେ କୌଣସି ଶୁଣାଣି ହୋଇନଥିଲା ।

ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି :-
ଜଷ୍ଟିସ ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର କହିଛନ୍ତି ଯେ, ଆମ ଦେଶ ମହାନ ସନ୍ତାନ ଶ୍ରବଣ କୁମାରଙ୍କ ଦେଶ, ଏଠାରେ ପିଲାମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କର ଉପଯୁକ୍ତ ଯତ୍ନ ନେବେ ବୋଲି ଆଶା କରାଯାଉଛି । କିନ୍ତୁ ପୀଡିଦାୟକ ହେଉଛି କି, ନୈତିକ ମୂଲ୍ୟବୋଧ ଏତେ ପରିମାଣରେ ହ୍ରାସ ପାଇଛି କି ଯେଉଁ ପିଲାମାନଙ୍କର ଖୁସି ପାଇଁ ପିତାମାତା ସେମାନଙ୍କର ସୁଖ ଏବଂ ଶାନ୍ତି ବଳିଦାନ ଦେଇ ଜୀବନ ବିତାନ୍ତି, ସେମାନେ ବୃଦ୍ଧାବସ୍ଥାରେ ରୁଟି ଏବଂ ପ୍ରେମ ପାଇଁ ଛଟପଟ ହୁଅନ୍ତି । ଆଜିକାଲି ଅନେକ କ୍ଷେତ୍ରରେ ପିଲାମାନେ ସେମାନଙ୍କ ପିତାମାତାଙ୍କଠାରୁ ସମ୍ପତ୍ତି ପାଇବା ପରେ ସେମାନଙ୍କର ବୁଢ଼ା ପିତାମାତାଙ୍କୁ ଛାଡିଦେଇଥା’ନ୍ତି । ଯାହା କେବଳ ଦୁଃଖଦାୟକ ନୁହେଁ, ସାମାଜିକ ଏବଂ ନୈତିକ ମୂଲ୍ୟବୋଧର ଲଗାତାର ଆସୁଥିବା ହ୍ରାସର ପ୍ରତୀକ ।

Get real time updates directly on you device, subscribe now.