fbpx

କ୍ରୁରତାକୁ ନେଇ ସ୍ୱାମୀଙ୍କ ବିରୋଧରେ ‘ଦ୍ୱିତୀୟ ପତ୍ନୀ’ର ଅଭିଯୋଗ ଶୁଣାଣି ପାଇଁ ଯୋଗ୍ୟ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୯୮-ଏ ଅନୁଯାୟୀ କ୍ରୁରତାକୁ ନେଇ ସ୍ୱାମୀଙ୍କ ବିରୋଧରେ ‘ଦ୍ୱିତୀୟ ପତ୍ନୀ’ର ଅଭିଯୋଗ ଶୁଣାଣି ପାଇଁ ଯୋଗ୍ୟ ନୁହେଁ । ହାଇକୋର୍ଟ କହିଛନ୍ତି ଯେ, ଯଦି ଏପରି ମାମଲାରେ ଯୌତୁକ ଦାବି କରାଯାଏ, ତେବେ ଯୌତୁକ ନିଷେଧ ଆଇନ ୧୯୬୧ ଲାଗୁ ହୋଇପାରେ ।

ଜଷ୍ଟିସ ଅରୁଣ କୁମାର ସିଂ ଦେଶୱାଲ ଅଖିଳେଶ କେଶରୀ ଏବଂ ଅନ୍ୟ ତିନିଜଣଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଆଂଶିକ ଗ୍ରହଣ କରିଥିବାବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଇପିସିର ଧାରା ୪୯୮-ଏ, ୩୨୩, ୫୦୪, ୫୦୬ ଏବଂ ଯୌତୁକ ନିଷେଧ ଆଇନର ଧାରା ୩/୪ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ କେଶରୀ ଏବଂ ତାଙ୍କ ପରିବାର ସଦସ୍ୟ ଚାର୍ଜସିଟ ଏବଂ କୋର୍ଟ ସମନକୁ ଚ୍ୟାଲେଞ୍ଜ କରିଥିଲେ ।

ଆବେଦନକାରୀଙ୍କ ଯୁକ୍ତି କ’ଣ ଥିଲା?

କୋର୍ଟଙ୍କ ନିକଟରେ ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ ସେମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ବେଆଇନ ଥିଲା । ସେ କହିଛନ୍ତି ଯେ ଅଖିଳେଶଙ୍କ ପତ୍ନୀ ବୋଲି ଦାବି କରୁଥିବା ଅଭିଯୋଗକାରୀ ଅଖିଲେଶଙ୍କ ଆଇନଗତ ବୈଧ ପତ୍ନୀ ନୁହଁନ୍ତି କାରଣ କେଶରୀ ତାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଛାଡପତ୍ର ନେଇ ନାହାଁନ୍ତି । ତେଣୁ ଆଇପିସିର ଧାରା ୪୯୮-ଏ ଏବଂ ଯୌତୁକ ନିଷେଧ ଆଇନ ଅନୁଯାୟୀ ମାମଲା ଶୁଣାଣି ଯୋଗ୍ୟ ନୁହେଁ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଧାର କରି କୋର୍ଟ କହିଛନ୍ତି :-

ଶିବଚରନ୍ ଲାଲ ବର୍ମା ବନାମ ମଧ୍ୟପ୍ରଦେଶ ସରକାରଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଧାର କରିଛନ୍ତି କୋର୍ଟ, ଯେଉଁଥିରେ କୁହାଯାଇଛି ଯେ ଯଦି ବିବାହ ସ୍ୱୟଂ ଅବୈଧ ତେବେ ପତ୍ନୀଙ୍କ ଅଭିଯୋଗ ସ୍ୱାମୀଙ୍କ ବିରୋଧରେ ଧାରା ୪୯୮-ଏ ଅନୁଯାୟୀ ମାମଲା ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଶୁଣାଣି ଯୋଗ୍ୟ ନୁହେଁ । ମାର୍ଚ୍ଚ ୨୮ ରେ ଏହି ନିଷ୍ପତ୍ତି ଦିଆଯାଇଥିଲା ଏବଂ ବୁଧବାର ଦିନ ଏହା ସାମ୍ନାକୁ ଆସିଥିଲା ।

Get real time updates directly on you device, subscribe now.