fbpx

ପୁଣି ତେଜିଲା ରତ୍ନଭଣ୍ଡାର ପ୍ରସଙ୍ଗ: ଜବାବ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଆଜି ପୁଣି ଥରେ ଉଠିଛି । ଏନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ କରି ଜଣାଇଛନ୍ତି । ପ୍ରସଙ୍ଗରେ ଥିବା ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ହୋଇଛି ।

ସୂଚନା ଅନୁଯାୟୀ, ମୁଖ୍ୟ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ପଠାଇଛନ୍ତି । କମିଶନ ରିପୋର୍ଟ ସାର୍ବଜନୀନ କରିବା ଆବେଦନ ଉପରେ ନୋଟିସ ଜାରି ହୋଇଛି । ଜୁଲାଇ ୧୦ ତାରିଖ ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ରତ୍ନ ଭଣ୍ଡାର ଚାବି ହଜିବା ନେଇ ତଦନ୍ତ କମିଶନ ଗଠନ ହୋଇଥିଲା । ଜଷ୍ଟିସ ରଘୁବୀର ଦାସ ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ । କମିଶନ ଜଣକ ୨୦୧୮ ନଭେମ୍ବର ୩୦ ତାରିଖରେ ଏହି ରିପୋର୍ଟ ଦାଖଲ କରିଥିଲେ ।

ରତ୍ନ ଭଣ୍ଡାର ଚାବି ହଜିବା ନେଇ ସରକାର ଯେଉଁ ରଘୁବର ଦାସ କମିଶନ ଗଠନ କରିଥିଲେ, ତାଙ୍କର ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ଦାବି କରି ସାମାଜିକ କର୍ମୀ ଦିଲ୍ଲୀପ ବରାଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଅନୁପ ମହାପାତ୍ର ମାମଲା ଲଢୁଛନ୍ତି । ତେବେ କୋର୍ଟରେ ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.