ଭୁବନେଶ୍ୱର, ୨୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜି ୧୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିିଥିବା ନେଇ ସୂଚନା ମିଳିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ , ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୬୦,୩୦ ଓ ୬୦ବର୍ଷ । ସେହିପରି ବାଲେଶ୍ୱରର ୨ମୃତକଙ୍କ ବୟସ ୩୭ ଓ ୬୦ବର୍ଷ । ସୁନ୍ଦରଗଡ଼ରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ବୟସ ୫୪ ଓ ୬୦ବର୍ଷ । ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରେ ମୃତ୍ୟୁ ହୋଇଥିବା ଆକ୍ରାନ୍ତଙ୍କ ବୟସ ୩୭, ୬୧ ଓ ୪୭ବର୍ଷ ହୋଇଥିବା ସୂଚନା ମିଳିଛି ।
Regret to inform the demise of 10 Covid positive patients while under treatment in hospitals.
1. A 54-year old male of Sundergarh district who was also suffering from Diabetes.
2. A 37-year old male of Gajapati district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 25, 2020
10. A 47-year old male of Rayagada district who was also suffering from Chronic Obstructive Pulmonary Disease and Obesity.
— H & FW Dept Odisha (@HFWOdisha) July 25, 2020