fbpx

କର୍ଣ୍ଣାଟକର ସଂଖ୍ୟାଲଘୁ ସ୍କୁଲରେ ବି ହିଜାବ ବାରଣ କଲେ ସରକାର, ଜାରି ହେଲା ଆଦେଶ

କର୍ଣ୍ଣାଟକ: ହିଜାବକୁ ବର୍ତ୍ତମାନ କର୍ଣ୍ଣାଟକରେ ବିବାଦ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକର ସଂଖ୍ୟାଲଘୁ ବିଦ୍ୟାଳୟରେ ହିଜାବ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ଏହି କ୍ରମରେ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ତାକୁ ମାନିବାକୁ ସମସ୍ତେ ବାଧ୍ୟ । ଗୁରୁବାର ଦିନ ବୋମ୍ମାଇ ସରକାର ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ମୌଲାନା ଆଜାଦ ମଣ୍ଡଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସହିତ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦ୍ବାରା ଚାଳିତ ବିଦ୍ୟାଳୟ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଛି । ଶ୍ରେଣୀଗୃହ ଭିତରେ ଛାତ୍ରଛାତ୍ରୀଙ୍କୁ ଶାଫର, ସ୍କାର୍ଫ ଏବଂ ହିଜାବ ପିନ୍ଧିବାକୁ ବାରଣ କରାଯାଇଛି ।

ଆଦେଶ ମୁତାବକ, ହାଇକୋର୍ଟର ଉପରୋକ୍ତ ଆଦେଶ ଆବାସିକ ବିଦ୍ୟାଳୟ, କଲେଜ, ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଅଧୀନରେ ଥିବା ମୌଲାନା ଆଜାଦ ମଡେଲ ଇଂରାଜୀ ମଧ୍ୟମ ବିଦ୍ୟାଳୟରେ ଗେରୁଆ, ସ୍କାର୍ଫ ଏବଂ ହିଜାବ ପିନ୍ଧିବା ଉପରେ ନିଷେଧ କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଗତ ସପ୍ତାହରେ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ବାଳିକା ଛାତ୍ରମାନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍କୁଲ ଏବଂ କଲେଜରେ ଆଡମିଶନରୁ ବଞ୍ଚିତ କରାଯାଇଥିଲା । ଏହି ସମୟରେ, ଶିବାମୋଗା ଜିଲ୍ଲା କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ନିଷେଧାଦେଶ ଉଲ୍ଲଂଘନ କରି ନଅ ଜଣଙ୍କ ବିରୋଧରେ ସିଆରପିସିର ଧାରା ୧୪୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ମୁସଲିମ ଝିଅମାନଙ୍କୁ କ୍ୟାମ୍ପସରେ ବୁର୍ଖା ପିନ୍ଧିବାକୁ ଦେଇ ନ ଥିବାରୁ ସେମାନେ ଜିଲ୍ଲା ମୁଖ୍ୟାଳୟ ସହରର ପିୟୁ କଲେଜର ଅଧିକାରୀଙ୍କ ବିରୋଧରେ ବିରୋଧ କରିଥିଲେ ।

 

Get real time updates directly on you device, subscribe now.