fbpx

ହିମେଶ ରେଶମିୟାଙ୍କ ବାପାଙ୍କ ପରଲୋକ, ୮୭ ବର୍ଷ ବୟସରେ ଦୁନିଆକୁ କହିଲେ ‘ଅଲବିଦା’

ସଂଗୀତଜ୍ଞ ହିମେଶ ରେଶମିୟାଙ୍କ ପିତା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଭିପିନ୍ ରେଶମିୟାଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି ଏବଂ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା ଯୋଗୁଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବାଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାରେ କିଛିଦିନ ହେଲାଣି ପୀଡିତ ଥିଲେ ।

ହିମେଶ ରେଶମିୟାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ଆଜି ଜୁହୁରେ କରାଯିବ । ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ମୃତଦେହକୁ ହସପିଟାଲରୁ ଘରକୁ ଅଣାଯାଇଛି । ଏଠାରେ ଶେଷ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ହେବ । ବିପିନ ହିମେଶଙ୍କ କେବଳ ବାପା ନୁହେଁ ଗୁରୁ ମଧ୍ୟ ଥିଲେ । ଏକଥା ନିଜେ ହିମେଶ ଇଣ୍ଟରଭ୍ୟୁରେ କହିଛନ୍ତି । ତାଙ୍କ ବାପା ହିଁ ତାଙ୍କୁ ମ୍ୟୁଜିକ ଶିଖାଇଛନ୍ତି ।

ହିମେଶଙ୍କ ବାପା ଫିଲ୍ମ ‘ ଦ ଏକ୍ସପୋଜ’, ତେରା ସୁରୁର’ କୁ ପ୍ରଯୋଜନା କରିଥିଲେ । ଏହି ଦୁଇଟି ଯାକ ଫିଲ୍ମରେ ହିମେଶ ମୁଖ୍ୟ ଭୂମିକାରେ ରହିଥିଲେ । ଏହାଛଡା ହିମେଶଙ୍କ ବାପା ଇନସାଫ କା ସୁରଜ ନାମରେ ଏକ ଫିଲ୍ମରେ ମ୍ୟୁଜିକ ମଧ୍ୟ ଦେଇଛନ୍ତି । କିନ୍ତୁ ଏହି ଫିଲ୍ମ କୌଣସି କାରଣ ଯୋଗୁଁ ରିଲିଜ ହୋଇପାରିନଥିଲା ।

Get real time updates directly on you device, subscribe now.