ସ୍କିନ ଆଲର୍ଜି, କଳା ଦାଗ ଚିହ୍ନ, ଆଖି ତଳ କଳାଦାଗ ଦୂର କରିଦେବ ହେଙ୍ଗୁ

ହେଙ୍ଗୁରେ ବହୁ ଔଷଧୀୟ ଗୁଣ ରହିଛି । ହେଙ୍ଗୁ ବଦହଜମୀ, ଗ୍ୟାସ୍, ଇନଫ୍ଲୁଏଞ୍ଜା, ଆସ୍ଥାମା, ଅଲସର, କୋଷ୍ଠକାଠିନ୍ୟ ଭଳି ନାନା ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ହେଙ୍ଗୁ ଆମ ରୋଷେଇଘରେ ଖାଇବାରେ ବ୍ୟବହାର କରୁ । ଏହି ହେଙ୍ଗୁ ଇରାନ,ଆଫଗାନିସ୍ତାନ, ବାଲୁଚିସ୍ତାନରେ ଅଧିକ ଚାଷ ହୋଇଥାଏ । ବଜାରରେ କଳା ହେଙ୍ଗୁ ଓ ଆଉ ଗୋଟିଏ ଧଳା ହେଙ୍ଗୁ ମିଳେ। ତେବେ ଧଳା ହେଙ୍ଗୁର ବ୍ୟବହାର ଔଷଧ ଭାବେ କରାଯାଏ ।

ହେଙ୍ଗୁ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ପେଟ ଫୁଲା ସମସ୍ୟା ଦୂର କରିଥାଏ ଓ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ହେଙ୍ଗୁର ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି-ଭାଇରାଲ ଓ ଆଣ୍ଟି-ବାୟୋଟିକ ଗୁଣ ଆସ୍ଥାମା, ଶୁଖିଲା କାଶ ଭଳି ସମସ୍ୟାରୁ ଆରାମ ଦିଏ ।

ହେଙ୍ଗୁ ସ୍କିନ ଆଲର୍ଜି, କଳା ଦାଗ ଚିହ୍ନ, ଆଖି ତଳ କଳାଦାଗ ଦୂର କରେ । ଫାଇନ ଲାଇନ୍ସ, ରିଙ୍କଲ୍ସ (ଚର୍ମକୁଞ୍ଚନ) ଓ ବୟସ ଜନିତ ଦାଗ ମଧ୍ୟ କମ୍ କରିବାରେ ସାହାଯ୍ୟ କରେ ।

ହେଙ୍ଗୁ ପୁରୁଷଙ୍କ ନପୁଂଶକତା ଓ ମହିଳାଙ୍କ ଓଭଲ୍ୟୁସନ ସମସ୍ୟା ଦୂର କରିଥାଏ । ଡାଇଜେଷ୍ଟିଭ ଏନଜାଇମ ଉତ୍ପାଦନ ବଢାଇ ହଜମ ପ୍ରକ୍ରିୟା ଉନ୍ନତ କରେ ଏହି ସାଧାରଣ ହେଙ୍ଗୁ । ହେଙ୍ଗୁ ପାଉଡରକୁ ପେଷ୍ଟ ବନାଇ କେଶରେ ଲଗାଇଲେ କେଶ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ ।