fbpx

ହୀରାକୁଦ ଅପଡେଟ:ବନ୍ଦ ହେବ ଆଉ ୪ଟି ଗେଟ

Advertisement

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନରଙ୍କ ବଡ ସୂଚନା । ପୁଣି ବନ୍ଦ ହେବ ହୀରାକୁଦର ଆଉ ୪ଟି ଗେଟ । ଖୋଲାଥିବା ୨୪ଟି ଗେଟରୁ ଆଉ ୪ଟି ଗେଟ ବନ୍ଦ ହେବା ନେଇ ସୂଚନା ଦେଲେ ଏସଆରସି । ହୀରାକୁଦ ଗେଟ ବନ୍ଦ ହେବା ଦ୍ୱାରା ମୁଣ୍ଡୁଳିରେ ମଧ୍ୟ ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୧.୯୩ ଫୁଟ ରହିଛି । ବର୍ତ୍ତମାନ ୩ଲକ୍ଷ ୨୩ କ୍ୟୁସେନ ଜଳ ପ୍ରବେଶ କରୁଛି । ଏବଂ ୪ଲକ୍ଷ ୧୦ ହଜାର କ୍ୟୁସେନ ଗଳ ନିଷ୍କାସିତ ହେଉଛି ।

ସୂଚନାମୁତାବକ ଆଜି ସକାଳେ ହୀରାକୁଦ ୪ଟି ଗେଟ ବନ୍ଦ କରିବାକୁ ସୂଚନା ଦେଇଥିଲା । ଏବଂ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ଜଳସ୍ତର ଖସି ୬୨୨.୯୩ ଫୁଟ ରେ ପହଞ୍ଚିଛି । ଆସନ୍ତା କାଲି ସୁଦ୍ଧା ଜଳସ୍ତର ୬୨୦.୫କୁ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।
ଏହା ସହ ବାତ୍ୟା ହେବ ନାହିଁ ବୋଲି କେହି କହି ନଥିବାର କହିଛନ୍ତି । ବାତ୍ୟା ହେବ ବୋଳି କେହି କହିନାହାନ୍ତି ବୋଲି କହିଛନ୍ତି ଏସଆରସି ।

Get real time updates directly on you device, subscribe now.