fbpx

ବଢୁଛି ହୀରାକୁଦ ଜଳସ୍ତର,୧୨ଟି ଗେଟ ଦେଇ ଜଳ ନିଷ୍କାସିନ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଜଳ ସ୍ତର ବଢୁଥିବାରୁ ମଙ୍ଗଳବାର ଦିନ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ଜଳ ସ୍ତର ୬୨୯ ଦଶମିକ୍‌ ୫୨ ଫୁଟ୍‌ ରହିଥିବା ବେଳେ ଜଳ ଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୧ ଲକ୍ଷ ୭୮ ହଜାର ୬୮୫ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୧୬ହଜାର ୮୦୪ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି । ଆଗକୁ ଅଧିକ ବର୍ଷା ହେଲେ ପୁଣି ହୀରାକୁଦରେ ପାଣି ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.