fbpx
BSKY SKY
BSKY SKY

ଅମୀମାଂସିତ ଭାବରେ ଶେଷ ହେଲା ଐତିହାସିକ Day-Nightଟେଷ୍ଟ

BSKY

ନୂଆଦିଲ୍ଳୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଐତିହାସିକ ମହିଳା ଦିବାରାତ୍ର ଟେଷ୍ଟ ମ୍ୟାଚ ଅମୀମାଂସିତ ଭାବରେ ଶେଷ ହୋଇଛି । ବର୍ଷା କାରଣରୁ ଗୋଟିଏ ଦିନର ଖେଳ ଧୋଇଯିବାରୁ ଟେଷ୍ଟଟି ଅମୀମାଂସିତ ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୩୭୭ ରନ ସଂଗ୍ରହ କରିଥିଲା । ପ୍ରଥମ ଭାରତୀୟ ମହିଳା ଭାବରେ ସ୍ମୃତି ଶତକ ହାସଲ କରିଥିଲେ । ପୂଜା ବସ୍ତ୍ରକାରଙ୍କ ୩ୱିକେଟ ସହିତ ଝୁଲଣ, ମେଘନା ସିଂ ଏବଂ ଦୀପ୍ତି ଶର୍ମାଙ୍କ ୨ ୱିକେଟ ଅକ୍ତିଆର ଫଳରେ ଅଷ୍ଟ୍ରେଲ୍ରିଆ ମାତ୍ର ୨୪୧ ରନରେ ସୀମିତ ରହିଥିଲା ।

୧୩୬ ରନରେ ଆଗୁଆ ରହିଥିବା ଭାରତୀୟ ଦଳ ପକ୍ଷରୁ ଦ୍ୱିତୀୟ ଇନିଂସରେ ଶେଫାଳି ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ଶେଫାଳି ୯୧ଟି ବଲ ଖେଳି ୫୨ ରନ ସଂଗ୍ରହ କରିଥିଲେ । ମାତ୍ର ଦ୍ୱିତୀୟ ଟେଷ୍ଟ ଖେଳୁଥିବା ଶେଫାଳିଙ୍କ ଏହା ତୃତୀୟ ଅର୍ଦ୍ଧଶତକ । ଜବାବରେ ଚତୁର୍ଥ ତଥା ଅନ୍ତିମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ ୱିକେଟ ହରାଇ ୧୩୬ ରନ କରିଥିଲା । ପୂଜା ଓ ଝୁଲଣ ଗୋସ୍ୱାମୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।ସ୍ମୃତି ମାନ୍ଧନାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.