fbpx

ଭାରତ ପାକ୍ ସମ୍ପର୍କର ସେତୁ ସମଝୌତା ଏକ୍ସପ୍ରେସ; ଜାଣନ୍ତୁ ସମ୍ପୂର୍ଣ୍ଣ ଇତିହାସ

ଭୁବନେଶ୍ୱର: ପାକିସ୍ତାନର ଲାହୋର ଏବଂ ଭାରତର ଦିଲ୍ଲୀ ମଧ୍ୟରେ ଯିବା ଆସିବା କରେ ସମଝୌତା ଏକ୍ସପ୍ରେସ । ଦୁଇ ଦେଶକୁ ଯୋଡ଼ିବା ସଂକଳ୍ପ ନେଇ ୧୯୭୬ରେ ସିମଲା ଆଗ୍ରିମେଣ୍ଟ ପରେ ପ୍ରଥମେ ଆରମ୍ଭ ହୋଇଥିଲା ଏହି ସମ୍ପର୍କ ଏକ୍ସପ୍ରେସ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ସମଝୌତା ଏକ୍ସପ୍ରେସ ହିଁ ହେଉଛି ଏକମାତ୍ର ଆନ୍ତରାଷ୍ଟୀୟ ଟ୍ରେନ ।

ପାକିସ୍ତାନର ୱାଘା ଏବଂ ଭାରତର ଅଟାରୀଠାରେ ଏହି ଟ୍ରେନ ବର୍ଡର କ୍ରସିଂ କରିଥାଏ । ଭାରତୀୟ ରେଲୱେ ଏବଂ ପାକିସ୍ତାନୀ ରେଲୱେ ମଧ୍ୟରେ ଚୁକ୍ତି କରାଯାଇ ଏହି ଟ୍ରେନ ଚଳାଚଳ ଆରମ୍ଭକରିଥିଲା । ସମଝୌତା ଏକ୍ସପ୍ରେସରେ ଯିବା ଆସିବା କରିବା ପାଇଁ ପାସପୋର୍ଟ ଦେଖାଇ ଟିକଟ କରିବାକୁ ପଡ଼ିଥାଏ । ଏହି ଟ୍ରେନ କେବଳ ମାଲ ପରିବହନ ପାଇଁ ଯାତ୍ରା କରେନାହିଁ ବରଂ ଅନେକ ଲୋକ ଏହି ଟ୍ରେନରେ ଯିବାଆସିବା କରି ପଡ଼ୋଶୀ ଦେଶରେ ବନ୍ଧୁବାନ୍ଧବଙ୍କୁ ଭେଟି ପାରନ୍ତି । ସେଥିପାଇଁ ତ’ ଏହାକୁ କୁହାଯାଏ ସମ୍ପର୍କର ସେତୁ ।

ସେବା ଆରମ୍ଭବେଳେ ସମଝୌତା ଏକ୍ସପ୍ରେସ ପ୍ରତିଦିନ ଯିବା ଆସିବା କରୁଥିଲା । କିନ୍ତୁ ୧୯୯୪ ପରଠାରୁ ଏହା ସପ୍ତାହକୁ ଦୁଇ ଥର ଯିବା ଆସିବା କଲା । ୨୦୦୨ ମସିହାରେ ପ୍ରଥମେ ଏହି ଟ୍ରେନ ଚଳାଚଳରେ ଲାଗଥିଲା ବେକ୍ର । ୨୦୦୧ ଡିସେମ୍ବର ୧୩ ତାରିଖରେ ଯେତେବେଳେ ଭାରତର ପାର୍ଲିଆମେଣ୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା ଏହା ପରେ ୨୦୦୨ ରେ ସମଝୌତା ଏକ୍ସପ୍ରେସ ଯିବା ଆସିବା ବନ୍ଦ ହୋଇଗଲା । ତେବେ ପୁଣିଥରେ ୨୦୦୪ରେ ପୁର୍ନବାର ଗଡ଼ିଥିଲା ଟ୍ରେନ । ଏହାପରେ ଅନେକ ଥର ଅନେକ କାରଣ ପାଇଁ ଏହି ସମଝୌତା ଏକ୍ସପ୍ରେସରେ ଲାଗିଛି ବ୍ରେକ କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ସମ୍ପର୍କକୁ ଆଗକୁ ନେବାକୁ ନୂଆ ଆଶା ନେଇ ଗଡ଼ିଛି ଏହି ଟ୍ରେନ ।

Get real time updates directly on you device, subscribe now.