fbpx

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରନ୍ତି ହିଟମ୍ୟାନ୍ ରୋହିତ: ଫାଇନାଲରେ ହେବ କି ଚମତ୍କାର?

Advertisement

ନୂଆଦିଲ୍ଲୀ: ଟି-ବିଶ୍ୱକପର ଫାଇନାଲ ଇଭେଣ୍ଟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ମ୍ୟାଚରେ ଟସ୍ ଜିତି ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି । ତେବେ ଦଳରେ କୌଣସି ପରିବର୍ତ୍ତନ ବିନା ଫାଇନାଲ ଖେଳିବ ରୋହିତ ସେନା । ଏହି ମ୍ୟାଚରେ ଅଧିନାୟକ ରୋହିତଙ୍କ ପାଖରେ ଏକ ବଡ଼ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ବିରାଟ ରେକର୍ଡକୁ ପଛରେ ପକାଇପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍ କରିବାରେ ରୋହିତ ଏକ ରେକର୍ଡ ସୃଷ୍ଟି କରିପାରନ୍ତି ।

ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଦମଦାର ଫର୍ମରେ ରହିଛନ୍ତି । ଟୁର୍ଣ୍ଣାମେଣ୍ଟରେ ୩ଟି ଅର୍ଦ୍ଧଶତକ ସହ ୭ଟି ମ୍ୟାଚରୁ ୨୪୮ ରନ୍ ସଂଗ୍ରହ କରିସାରିଛନ୍ତି ରୋହିତ । ଚଳିତ ବିଶ୍ୱକପରେ ୪୧.୩୩ ହାର ଏବଂ ୧୫୫.୯୭ ଷ୍ଟ୍ରାଇକ ରେଟ୍ ସହ ରୋହିତ ୨୪୮ ରନ୍ କରିଛନ୍ତି । ତେବେ ଫାଇନାଲ ମ୍ୟାଚରେ ସେ ଏକ ବଡ଼ ରେକର୍ଡ ନିଜ ନାମରେ କରିବା ପାଇଁ ସୁଯୋଗ ପାଇବେ । ସାଥୀ ଖେଳାଳି ବିରାଟ କୋହଲିଙ୍କୁ ପଛରେ ପକାଇ ସେ ଏହି ରେକର୍ଡ ନିଜ ନାମରେ କରିପାରନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍ କରିପାରିଲେ ରୋହିତ କୌଣସି ଟି-୨୦ ବିଶ୍ୱକପରେ ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇପାରିବେ ।

ବିରାଟ କୋହଲି ୨୦୧୪ ଟି-୨୦ ବିଶ୍ୱକପରେ ୧୦୩.୬୬ ହାରରେ ମୋଟ ୩୧୯ ରନ୍ କରିଥିଲେ । ଏହା ସହିତ ଗୋଟିଏ ସିଜନରେ ସର୍ବାଧିକ ରନ୍ କରିବା ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ବିରାଟ । ତେବେ ରୋହିତ ଆଉ ୭୨ ରନ୍ କରିବା ମାତ୍ରେ ବିରାଟଙ୍କ ଏହି ରେକର୍ଡକୁ ନିଜ ନାମରେ କରିବାରେ ସକ୍ଷମ ହୋଇପାରିବେ । ଚଳିତ ସିଜନରେ ରୋହିତ ଆୟରଲାଣ୍ଡ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.