fbpx

ICC ODI Rankingରେ ହିଟମ୍ୟାନ୍ ରୋହିତଙ୍କ ଜଲୱା: ପୁଣିଥରେ ଟପ୍ ପୋଜିସନ ଉପରେ କଲେ କବଜା

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ଆଇସିସି ଦିନିକିଆ ରାଙ୍କିଙ୍ଗରେ ଟପ୍ ପୋଜିସନରେ ଏଣ୍ଟ୍ରି କରିଛନ୍ତି ରୋହିତ । ସାଥୀ ଓପନର ତଥା ଦଳର ନୂଆ ଉପ-ଅଧିନାୟକ ଶୁଭମନ ଗିଲଙ୍କୁ ପଛରେ ପକାଇ ରୋହିତ ଏହି ସ୍ଥାନ ଅଧିକାର କରିଛନ୍ତି । ଦମଦାର ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଦିନିକିଆ ରାଙ୍କିଙ୍ଗ ତାଲିକାରେ ରୋହିତ ସିଧା ଦ୍ୱିତୀୟ ସ୍ଥାନରେ ପାଦ ଥାପିଛନ୍ତି । ତେବେ ପାକିସ୍ତାନ ଅଧିନାୟକ ବାବର ଆଜମ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ରୋହିତ । ତେବେ ଖୁବଶୀଘ୍ର ପ୍ରଥମ ସ୍ଥାନ ହାସଲ କରିବା ପାଇଁ ତାଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ବର୍ତ୍ତମାନ ୭୬୫ ପଏଣ୍ଟ ସହ ଦିନିକିଆ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଏଣ୍ଟ୍ରି କରିଛନ୍ତି । ତେବେ ରୋହିତଙ୍କ ଉପରେ ପାକ୍ ଅଧିନାୟକ ବାବର ଆଜମ୍ ୮୨୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ରୋହିତ ଏହାପୂର୍ବରୁ ବାବରଙ୍କ ୮୨୪ ପଏଣ୍ଟରୁ ଅଧିକ ପଏଣ୍ଟ ହାସଲ କରି ସାରିଛନ୍ତି । କିନ୍ତୁ କ୍ୟାରିୟରରେ କେବେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇନାହାନ୍ତି ରୋହିତ । ରୋହିତ ୮୮୨ ପଏଣ୍ଟ ସହ ଦିନିକିଆ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଷ୍ଟାର କ୍ରିକେଟର ବିରାଟ କୋହଲି ୯୦୯ ପଏଣ୍ଟ ସହିତ ପ୍ରଥମ ସ୍ଥାନ ଉପରେ କବଜା କରିଥିଲେ । ତେବେ ବର୍ତ୍ତମାନ ରୋହିତ ଦ୍ୱିତୀୟ ସ୍ଥାନକୁ ଫେରିବା ପରେ ଉପ-ଅଧିନାୟକ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଗିଲ୍ ବର୍ତ୍ତମାନ ୭୬୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ୭୪୬ ପଏଣ୍ଟ ଚତୁର୍ଥ ସ୍ତାନ ଅଧିକାର କରିଛନ୍ତି ।

ଟି-୨୦ କ୍ରିକେଟରୁ ଅବସର ନେଇ ସାରିଥିବା ରୋହିତ ଭାରତ ପାଇଁ ଦିନିକିଆ ଏବଂ ଟେଷ୍ଟ ରାଙ୍କିଙ୍ଗରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଦିନିକିଆ ରାଙ୍କିଙ୍ଗରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଟେଷ୍ଟ ରାଙ୍କିଙ୍ଗରେ ଷଷ୍ଠ ସ୍ଥାନ ଦଖଲ କରିଛନ୍ତି । ଗତ କିଛି ବର୍ଷରୁ ରୋହିତ ଭାରତୀୟ ଦଳକୁ ଦମଦାର ଆରମ୍ଭ ଦେବା ପାଇଁ ଆକ୍ରମକ ବ୍ୟାଟିଂ ଜାରି କରିଛନ୍ତି । ଏହାପରେ ବିରାଟ କୋହଲି ଦଳକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ରୋହିତ ଏବଂ ବିରାଟଙ୍କ ପରେ ଟିମ ଇଣ୍ଡିଆ ମଧ୍ୟକ୍ରମରେ ସାମାନ୍ୟ ଦୁର୍ବଳ ପ୍ରଦର୍ଶନ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.