fbpx

ନିରବ ଝଡ଼ର ରୂପ ନେଇପାରେ ହିଜାବ ବିବାଦ: ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣୁଲେ ଅଲ୍‌କାଏଦା ମୁଖ୍ୟ, ୯ ମିନିଟ୍‌ର ଭିଡିଓ ଜାରି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖାଯାଇଥିବା ହିଜାବ ଆଗକୁ ନିରବ ଝଡ଼ର ରୂପ ନେଇପାରେ । କାରଣ, ଏହି ବିବାଦକୁ ନେଇ ଭାରତୀୟ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣିବା ଆରମ୍ଭ କରିଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ସଂଗଠନର ମୁଖ୍ୟ ଆୟାମାନ ଉଲ ଜୱାହିରୀ ହିଜାବ ବିବାଦକୁ ନେଇ ଚାଲିଥିବା ଅତ୍ୟାଚାର ବିରୋଧରେ ସମସ୍ତେ ସ୍ୱର ଉଠାନ୍ତୁ ବୋଲି ସେ ଗୋଟିଏ ଭିଡିଓ ବାର୍ତ୍ତାରେ କହିଛି । ଅଲକାଏଦାର ଅଫିସିଆଲ ଶାହାବାଜ ମିଡିଆ ପକ୍ଷରୁ ଜୱାହିରୀର ଗୋଟିଏ ୯ ମିନିଟର ଭିଡିଓ ଜାରି କରାଯାଇଛି ।

ଏଥିରେ ସେ କର୍ଣ୍ଣାଟକାର କଲେଜ ଛାତ୍ରୀ ମୁସ୍କାନ ଖାନଙ୍କୁ ପ୍ରଶଂସା କରିଛି । ମୁସ୍କାନ ବୁର୍ଖାରେ ଥିବା ବେଳେ ତାଙ୍କୁ କିଛି ଗେରୁଆ ଉତ୍ତରୀୟ ପକାଇଥିବା ଛାତ୍ର କମେଣ୍ଟ କରି ଜୟ ଶ୍ରୀରାମ ନାରା ଦେଇଥିଲେ । ଏହାକୁ ବିରୋଧ କରି ସେ ଆହ୍ଲା ହୁ ଆକବର ନାରା ଦେଇଥିଲେ । ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ମୁସ୍କାନ ଦୃଢ଼ ଜବାବ ଦେଇଥିବାରୁ ଜୱାହିରୀ ତାଙ୍କୁ ପ୍ରଶଂସା କରିଛି । ସେ ଭିଡିଓରେ ସେ ମୁସ୍କାନଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛି ।

ଭାରତରେ ମୁସଲମାନମାନଙ୍କୁ ଦମନ କରୁଥିବା ଅଭିଯୋଗ କରି ଜାୱାହିରୀ ସମସ୍ତ ଇସଲାମ ଧର୍ମାବଲମ୍ବୀଙ୍କୁ ଏହା ବିରୋଧରେ ସ୍ୱର ଉଠାଇବାକୁ ଉସକାଇଛି । ଓସାମା ବିନ୍‌ ଲାଡେନର ମୃତ୍ୟୁ ପରେ ଅଲ କାଏଦାର କମାଣ୍ଡର ଥିବା ଜୱାହିରୀ ସଂଗଠନର ମୁଖିଆ ଦାୟିତ୍ୱ ସମ୍ଭାଳି ଆସୁଛି । ୨୦୨୦ରେ ସେ ପ୍ରାଣ ହରାଇଥିବା ଖବର ମିଳିଥିଲେ ମଧ୍ୟ ଅଲକାଏଦା ଏହାକୁ ଖଣ୍ଡନ କରିଥିଲା । ସେହିରି ସଂଗଠନ ପକ୍ଷରୁ ଗତବର୍ଷ ନଭେମ୍ବର ଜୱାହିରୀର ଗୋଟିଏ ଭିଡିଓ ଜାରି କରାଯାଇଥିଲେ । ଏବେ ସେ ପୁଣି ଭିଡିଓ ଜାରି କରି ହିଜାବ ବିବାଦରେ ମୁଣ୍ଡ ଖେଳାଇବାକୁ ଚେଷ୍ଟା କରିଛି ।

Get real time updates directly on you device, subscribe now.