ଭାରତରେ ବ୍ୟାପୁଛି ଚୀନର ଭୟଙ୍କର HMPV, ନାଗପୁରରେ ଚିହ୍ନଟ ହେଲେ ଆଉ ୨ ନୂଆ ରୋଗୀ

ଦେଶରେ HMPV କ୍ରମାଗତ ଭାବରେ ବୃଦ୍ଧି ପାଉଛି। ନାଗପୁରରେ ଏହି ଜୀବାଣୁ ସଂକ୍ରମଣର ଦୁଇଟି ମାମଲା ମଧ୍ୟ ଚିହ୍ନଟ ହୋଇଛି।

ନୂଆଦିଲ୍ଲୀ: ଦେଶରେ HMPV ଅର୍ଥାତ ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ ମାମଲା ଲଗାତାର ବଢୁଛି । ନାଗପୁରରେ ମଧ୍ୟ ଏହି ଭାଇରସ ସଂକ୍ରମଣରେ ଦୁଇଟି ନୂଆ ମାମଲା ସାମ୍ନାକୁ ଆସିଛି ।

ଦେଶରେ ଏପର୍ଯ୍ୟନ୍ତ ଏହି ଭାଇରସର ଶିକାର ୭ ଜଣ ହୋଇସାରିଛନ୍ତି । କେନ୍ଦ୍ର ସରକାରଙ୍କ କହିବାନୁଯାୟୀ, ଏହି ମାମଲା ବଢିବାରେ କୋଭିଡ ଭଳି ସ୍ଥିତି ହେବନି । ବେଙ୍ଗଲୁରୁ , ନାଗପୁର ଏବଂ ତାମିଲନାଡୁରେ ଦୁଇ-ଦୁଇଟି ଏବଂ ଅହମଦାବାଦରେ ଗୋଟିଏ ମାମଲା ଜାରି କରାଯାଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସୋମବାରରେ ଏକ ଭିଡିଓ ବିବୃତ୍ତି ଜାରି କରି କହିଥିଲେ ଯେ, ଏଚଏମପିଭି ଭାଇରସ ନୂଆ ନୁହେଁ ଏବଂ ଏହା ବିଷୟରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ଭାଇରସ ୨୦୦୧ରେ ପ୍ରଥମଥର ଚିହ୍ନଟ କରାଯାଇଥିଲା ଏବଂ ସେବେଠାରୁ ଏହା ସାରା ଦୁନିଆରେ ବ୍ୟାପୁଛି ।