ନୂଆଦିଲ୍ଲୀ: ଦେଶରେ ଆଉଜଣେ ଶିଶୁ ଏଚଏମପି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଆସାମର ଡେବ୍ରୁଗଡ଼ରୁ ୧୦ ମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ କରାଯାଇଛି । ଦେଶରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି ଡ୍ରାଗନ ଭାଇରସ୍ ।
ପଜିିଟିଭ ଚିହ୍ନଟ ଶିଶୁର କୌଣସି ପ୍ରକାର ଟ୍ରାଭେଲ ହିଷ୍ଟ୍ରି ନାହିଁ । ବର୍ତ୍ତମାନ ସୁଦ୍ଧା ଦେଶରେ ୧୩ ଜଣ ଏହି ଭୂତାଣୁ କବଳରେ ପଡ଼ିଛନ୍ତି । ଗତକାଲି ଗୁଜୁରାଟରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।
ଏହି ଭୂତାଣୁର ବିଶେଷ କୌଣସି ଲକ୍ଷଣ ନାହିଁ । ସାମାନ୍ୟ ଥଣ୍ଡା ଓ ଜ୍ୱର ହୋଇଥିବା ଲୋକଙ୍କୁ ଏହି ଭୂତାଣୁ ସହଜରେ ଆକ୍ରମଣ କରିଥାଏ । ସତର୍କତା ପାଇଁ ଥଣ୍ଡା କିମ୍ବା ଜ୍ୱର ହେଲେ ଡାକ୍ତରଙ୍କ ଚିକିତ୍ସାକ୍ରମେ ଭଲ ହେବାକୁ ଚେଷ୍ଟା କରନ୍ତୁ ।
ବର୍ତ୍ତମାନ ସୁଦ୍ଧା ୩-୪ ରାଜ୍ୟରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜିଟିଭ କେସ୍ ସାମ୍ନାକୁ ଆସିନାହିଁ ।