Chemotherapy ନେଉଥିବା ଲୋକଙ୍କୁ ରହିଛି ଅଧିକ ବିପଦ, HMPV ଭୂତାଣୁ ଆକ୍ରାନ୍ତଙ୍କ ଦେହରେ ଥଣ୍ଡା, ଜ୍ୱରର ଲକ୍ଷଣ
ମାସ୍କ ପିନ୍ଧିଲେ ଛୁଇଁବନି HMPV ଭାଇରସ୍ । ୬୦% ଆଲକହଲ ଥିବା ସାନିଟାଇଜର କରନ୍ତୁ ବ୍ୟବହାର ।
ଓଡ଼ିଶା ଭାସ୍କର: ପୁଣିଥରେ ବିଶ୍ୱକୁ ଗ୍ରାସ କରିବାକୁଯାଉଛି ଆଉ ଏକ ମହାମାରୀ । ମହାମାରୀର ରୂପରେଖ ନେବାକୁ ଯାଉଥିବା ଏଚଏମପିଭି (ହ୍ୟୁମାନ ମେଟାନିମୋ ଭାଇରସ୍) ଭୂତାଣୁର ଏନ୍ତୁଡ଼ିଶାଳ ସାଜିଛି ଚାଇନା । ଏଚଏମପିଭି ଭାଇରସକୁ ନେଇ ଚୀନରେ କୋକୁଆଭୟ ସ୍ଥିତି ଉପୁଜିଥିବାବେଳେ ଭାରତରେ ମଧ୍ୟ ସମାନ ସ୍ଥିତି ଦେଖାଯିବା ନେଇ ଆଶଙ୍କା କରାଯାଉଛି ।
କିନ୍ତୁ ଏ ଭୂତାଣୁ କେତେ ମାରାତ୍ମକ? କୋରାନାଠାରୁ ଏହା କେତେ ବଳଶାଳୀ ଏବଂ କ’ଣ ସବୁ ରହିଛି ଏହାର ଲକ୍ଷଣ, ସାଙ୍ଗକୁ ଏହି ଭୂତାଣ ସହ ଲଢ଼େଇ କରିବା ପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ଚାଲନ୍ତୁ ସେ ବିଷୟରେ ଜାଣିବା ।
ଭାରତରେ ମୋଟ ୫ ଜଣ ଏଚଏମପିଭି ଭୂତାଣୁ ଦ୍ୱାରା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଦେଶବାସୀଙ୍କ ପାଇଁ ଏକ ଭୟର ବାତାବରଣ ସୃଷ୍ଟି କରିଛି । ଏ ଭୂତାଣୁ ପ୍ରତ୍ୟେକ ବୟସ ବର୍ଗର ଲୋକଙ୍କୁ ଅତିସହଜରେ ଆକ୍ରାନ୍ତ କରିପାରିବ । ଏଚଏମପିଭି ସଂକ୍ରମଣ ଦ୍ୱାରା ଶ୍ୱାସକ୍ରିୟାରେ ଅସୁବିଧା ଅନୁଭବ ହୁଏ ।
ଏହାଛଡ଼ା କଫ, ଥଣ୍ଡା ସାଂଘାତିକ ଭାବେ ଜ୍ୱର ସାଙ୍ଗକୁ ଅତି ଶୋଚନୀୟ ପରିସ୍ଥିତିରେ ନିମୋନିଆ ଏବଂ ମାତ୍ରାଧିକ କଫ ଜମି ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।
ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ବ୍ୟକ୍ତିର ସଂସ୍ପର୍ଷରେ ଆସିବା ଦ୍ୱାରା ଭୂତାଣୁ ବ୍ୟାପିଥାଏ ।
କାହା ଉପରେ ବେଶୀ ବିପଦ: ଛୋଟ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଧୀରେ ଧୀରେ ତିଆରି ହେଉଥିବା କାରଣରୁ ସେମାନଙ୍କୁ ଏଚଏମପିଭି ଭୂତାଣୁ ସହଜରେ ଆକ୍ରାନ୍ତ କରିଥାଏ ।
ଛୋଟ ପିଲାମାନେ ଏହି ଭୂତାଣୁରେ ଆକ୍ରାନ୍ତ ହେବାଦ୍ୱାରା ସେମାନଙ୍କୁ ନିମୋନିଆ ହେବାର ଅଧିକ ଆଶଙ୍କା ରହିଛି । ଏହାଛଡ଼ା ଫୁସଫୁସ ଏବଂ ହୃତପିଣ୍ଡ ଜନିତ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଏଚଏମପିଭି ଭୂତାଣୁ ସହଜରେ ଆକ୍ରମଣ କରିଥାଏ ।
କ୍ୟାନ୍ସର ଚିକିତ୍ସା ପାଇଁ କେମୋଥେରାପୀ ନେଉଥିବା ବ୍ୟକ୍ତି, ଆଜମା, ଏଡସ୍ ଆକ୍ରାନ୍ତଙ୍କ ଶରୀରରେ ଘର କରିବସେ ଏହି ଭାଇରସ୍ । ଥରେ ଏହି ରୋଗୀଙ୍କ ଶରୀରରେ ଏଚଏମପିଭି ଭୂତାଣୁ ପ୍ରବେଶ କଲେ ସେମାନଙ୍କୁ ଦରମରାକରିବା ନେଇ ଡାକ୍ତର ଆଶଙ୍କା ପ୍ରକାଶ କରିଛନ୍ତି ।
ପ୍ରିମାଚୁଅର ବେବୀଙ୍କୁ ମଧ୍ୟ ଏ ଭୂତାଣୁ ଦ୍ୱାରା ବଡ଼ ବିପଦ ରହିଛି ।
ନୀରକରଣ: ବାହାରୁ ଘରକୁ ଆସିଲେ ହ୍ୟାଣ୍ଡୱାସରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ ।
୧.୬୦% ଆଲକହଲ ଥିବା ସାନିଟାଇଜର ବ୍ୟବହାର କରନ୍ତୁ ।
୨. ଅଧୁଆ ହାତରେ ଆଖି, ନାକ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ ।
୩.ଥଣ୍ଡା, ଜ୍ୱର ହୋଇଥିବା ବ୍ୟକ୍ତିଙ୍କ ଆଖପାଖରେ ଥିବା ସମୟରେ ଟିସୁ କିମ୍ବା ମାସ୍କରେ ମୁହଁକୁ କଭର କରିବା ଆବଶ୍ୟକ ।
୪. ଏଚଏମପିଭି ଆକ୍ରନ୍ତ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ ।
୫.ଘରେ କୌଣସି ବ୍ୟକ୍ତିଙ୍କଠାରେ ଏ ଲକ୍ଷଣ ଦେଖାଗଲେ ତାଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରନ୍ତୁ ।
୬. ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ, ସୁସ୍ଥକର ଖାଦ୍ୟ ଖାଆନ୍ତୁ ।