fbpx

ଅନ୍ୟ ରାଜ୍ୟର ଷ୍ଟାଡିୟମରେ ଦର୍ଶକ କ୍ରିକେଟ ମ୍ୟାଚ ଦେଖିପାରିବେ, ମାତ୍ର ଓଡ଼ିଶାରେ ହକି ମ୍ୟାଚ ଦେଖିପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବୁଧବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କୋଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହା ବିନା ଦର୍ଶକରେ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି । ତେବେ ଇତିମଧ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ କ୍ରୀଡ଼ା ଆୟୋଜନ ଓ ଷ୍ଟାଡିୟମକୁ ଦର୍ଶକ ପ୍ରବେଶ ନେଇ କଟକଣା ଉଠାଇ ଦେଇଛନ୍ତି । ତେଣୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ ଜୟପୁର, ରାଞ୍ଚି ଓ କୋଲକାତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚଗୁଡ଼ିକରେ ୩୦, ୫୦ ଓ ୬୮ ହଜାର ଦର୍ଶକ ବସି ଖେଳ ଦେଖିଥିଲେ । ଅପରକ୍ଷପରେ ଆସନ୍ତାକାଲିଠାରୁ ଖେଳାଯିବାକୁ ଥିବା ହକି ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ଅନୁମତି ନଥିବାରୁ କ୍ରୀଡ଼ାପ୍ରେମୀ ନିରାଶ ହୋଇଛନ୍ତି ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣେ କ୍ରୀଡ଼ାପ୍ରେମୀ କହିଛନ୍ତି ଯେ, ଅନ୍ୟ ରାଜ୍ୟରେ ମ୍ୟାଚକୁ ଦର୍ଶକ ଉପଭୋଗ କରିପାରିବେ, ମାତ୍ର ଓଡ଼ିଶାରେ ଏହା ସମ୍ଭବ ନୁହେଁ । ତେଣୁ ସରକାର ଏ ଦିଗରେ ପୁନଃବିଚାର କରି ନିଷ୍ପତ୍ତି ନେବାକୁ ହକିପ୍ରେମୀ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ୱରର କରୋନା ସ୍ଥିତି ଜଟିଳ ଥିବା ବେଳେ ଏବେ ସେଥିରେ ଧୀରେଧୀରେ ସୁଧାର ଆସୁଛି । ବର୍ତ୍ତମାନର ପଜିଟିଭ୍ ସଂଖ୍ୟା ଲୋକ ସଂଖ୍ୟା ତୁଳନାରେ ବହୁତ ନ୍ୟୁନ । ତେଣୁ ସାମାନ୍ୟ ସତର୍କତା ଅବଲମ୍ବନ କଲେ ଅଧା ଦର୍ଶକ ମଧ୍ୟ ଖେଳି ଉପଭୋଗ କରିପାରନ୍ତେ ବୋଲି କିଛି ହକିପ୍ରେମୀ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.