ନୂଆଦିଲ୍ଲୀ: ପ୍ରଡକ୍ସନ କମ୍ପାନୀ ଆଳରେ ଝିଅ ସପ୍ଲାଏ କରୁଥିବା ହଲିଉଡର ଜଣେ ଦିଗଜ୍ଜ ଚଳଚ୍ଚିତ୍ର ନିର୍ମାତାଙ୍କୁ ଗିରଫ କରାଯାଇଛି । ପ୍ରଡ୍ୟୁସର ଡିଲନ ଜୋର୍ଡାନଙ୍କୁ କାଲିଫର୍ନିଆର ସ୍ୟାନ ବର୍ନାଡିଓ କାଉଣ୍ଟିରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଡେଡଲାଇନର ଏକ ରିପୋର୍ଟ ଅନୁସାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ କୁହାଯାଇଛି ଯେ, ହଲିଉଡ ଫିଲ୍ମ ନିର୍ମାତା ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ମହିଳାଙ୍କୁ ଷ୍ଟୋର କରି ରଖିଛନ୍ତି । ଏହି ମହିଳାମାନେ ଆମେରିକାରେ ରହୁଥିବା ବେଳେ ଟଙ୍କା ବଦଳରେ ଜୋର୍ଡାନଙ୍କ ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ।
ତେବେ ଜୋର୍ଡାନ ଲଣ୍ଡନରେ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲା, ଯାହା ସାହାର୍ଯ୍ୟକରେ ସେ ଗ୍ରାହକ ଓ ବେଶ୍ୟାବୃତ୍ତି ସମ୍ପର୍କରେ ସୂଚନା ଦେଉଥିଲେ । କୋର୍ଟଙ୍କ କାଗଜପତ୍ରରେ ମହିଳାଙ୍କ ନାଁ ପ୍ରକାଶ ପାଇନାହିଁ । ରିପୋର୍ଟ ମୁତାବକ, ପ୍ରଡ୍ୟୁସର ଜୋର୍ଡାନ ନିଜେ ହିଁ ଏହି ଝିଅମାନଙ୍କର ଯିଆ-ଆସିବାର ବ୍ୟବସ୍ଥା କରୁଥିଲା । ଏହା ସହ ଝିଅମାନଙ୍କୁ ବାହାରକୁ ପଠାଇବାର ବ୍ୟବସ୍ଥା କରିବାକୁ ସେ ଗ୍ରାହକମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ ।
ବେଶ୍ୟାବୃତ୍ତି ପାଇଁ ନେଉଥିବା ଟଙ୍କାକୁ ସେ ମଡେଲିଂ, ମସାଜ୍ ଥେରାପି ବା ହାଉସ ପାର୍ଟି ପାଇଁ ଚାର୍ଜ ହେଉଥିବା ଟଙ୍କା ଆକାରରେ ଦେଖାଉଥିଲେ । ଜୋର୍ଡାନ୍ ତାଙ୍କର ୨ ବଡ କମ୍ପାନୀ ନାମରେ ଅନେକ ବର୍ଷ ଧରି ଏକ ସେକ୍ସ ରାକେଟ୍ ଚଳାଉଥିଲେ । ଲୋକଙ୍କୁ ଦେଖାଇବା ପାଇଁ ସେ ଚଳଚ୍ଚିତ୍ର ପ୍ରଡକ୍ସନ କମ୍ପାନୀ, ଇଭେଣ୍ଟ ପ୍ଲାନିଂ ଏବଂ ପାର୍ଟି ପ୍ଲାନିଂ କମ୍ପାନୀ ଚଳାଉଥିଲେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଘଟଣାକୁ ନେଇ ଡିଲନ ଜୋର୍ଡାନଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ତାଙ୍କୁ ଜାମିନ ମିଳିଛି ।