fbpx

ଦୁର୍ଘଟଣାର ଶିକାର ହେଲେ ହଲିଉଡ୍ ଷ୍ଟାର ଜେରେମୀ ରେନର: ଭାଙ୍ଗି ଯାଇଛି ୩୦ରୁ ଅଧିକ ହାଡ଼

ନୂଆଦିଲ୍ଲୀ: ହଲିଉଡ୍ ଷ୍ଟାର ଜେରେମୀ ରେନର ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ସ୍ନୋ ଫ୍ଲୋଇଂ ସମୟରେ ଜେରେମୀ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଏ ବାବଦରେ ଜେରେମୀ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରିଛନ୍ତି । ତେବେ ଏହି ଖବର ଶୁଣିବା ପରେ ଜେରେମୀଙ୍କ ଅଗଣିତ ଫ୍ୟାନ୍ସଙ୍କ ମନରେ ଗଭୀର ଆଘାତ ଲାଗିଛି ।

ତେବେ ସ୍ନୋ ଫ୍ଲୋଇଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜେରେମୀଙ୍କ ଅବସ୍ଥା ଗମ୍ଭୀର ରହିଛି । ଦୁର୍ଘଟଣାରେ ତାଙ୍କର ୩୦ରୁ ଅଧିକ ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଶେୟାର କରାଯାଇଥିବା ପୋଷ୍ଟରେ ଜେରେମୀ ବେଡରେ ଶୋଇଥିବା ବେଳେ ଅନ୍ୟ କାହାର ସହାୟତାରେ ସେ ଷ୍ଟ୍ରେଚିଂ ଏକ୍ସରସାଇଜ୍ କରୁଥିବା ଦେଖାଯାଉଛି । ଏହି ପୋଷ୍ଟ ମାଧ୍ୟମରେ ଜେରେମୀ ନିଜର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ଏହି ଖବର ଶୁଣିବା ପରେ ଜେରେମୀଙ୍କ ଫ୍ୟାନ୍ସଙ୍କୁ ଲାଗିଛି ଏକ ବଡ଼ ଝଟକା ।

ଆମେରିକାର ୫୨ ବର୍ଷୀୟ ଷ୍ଟାର ଜେରେମୀ ଚଳିତ ମାସ ପ୍ରାରମ୍ଭରେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ । ଏହାପରେ ସେ ୨ ସପ୍ତାହ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ବୁଧବାର ଦିନ ସେ ହସ୍ପିଟାଲରୁ ଘରକୁ ଫେରିଥିଲୋ । ଜେରେମୀଙ୍କ ଦୁର୍ଘଟଣା ତାଙ୍କ ଘର ନିକଟରେ ହୋଇଥିଲା । ନୂଆ ବର୍ଷରେ ନିଜର ମର୍ଣ୍ଣିଂ ୱାର୍କଆଉଟ ଓ ରିଜୋଲ୍ୟୁଶନ ସବୁ କିଛି ବଦଳାଇ ଦେଇଥିବା ନେଇ ଜେରେମୀ ଶେୟାର କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ବ୍ୟକ୍ତିବିଶେଷଙ୍କୁ ସେ ବଧାଈ ଜଣାଇବାକୁ ଭୁଲି ନଥିଲେ ।

Get real time updates directly on you device, subscribe now.