fbpx

ଗୃହ ମନ୍ତ୍ରଣାଳୟର ବଡ଼ ନଷ୍ପତ୍ତି, ସମସ୍ତ ରାଜ୍ୟର ଆଇନ୍ ଶୃଙ୍ଖଳା ସମ୍ପର୍କିତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟାକୁ ନେଇ ଥମୁନି ପ୍ରତିବାଦ । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଦେଶବ୍ୟାପି ଡାକ୍ତର ଓ ନର୍ସଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ଅନେକ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି । ଏଥିମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ନୂତନ ଆଦେଶ ଅନୁଯାୟୀ ସମସ୍ତ ରାଜ୍ୟକୁ ପ୍ରତି ୨ ଘଣ୍ଟାରେ ଏହାର ଆଇନ୍ ଶୃଙ୍ଖଳା ସମ୍ପର୍କିତ ସୂଚନା ଗୃହ ମନ୍ତ୍ରଣାଳୟକୁ ଦେବାକୁ ହେବ । ଏହା ସହ ସମସ୍ତ ରାଜ୍ୟରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବାହିନୀଙ୍କୁ ରାଜ୍ୟର ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ଆଇନ୍ ବ୍ୟବସ୍ଥା ରିପୋଟ ପ୍ରତି ୨ ଘଣ୍ଟାରେ ଇ- ମେଲ, ଫ୍ୟାକ୍ସ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଗୃହ ମନ୍ତ୍ରଣାଳୟର ନିୟନ୍ତ୍ରଣ କକ୍ଷକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.