fbpx

ଓସ୍କାର ଆୱାର୍ଡ ୨୦୨୫: ଦ୍ୱିତୀୟ ହିନ୍ଦୀ ଫିଲ୍ମ ଭାବେ ଏସଭିଏସ ମନୋନୀତ

ନୂଆଦିଲ୍ଲୀ: ଭାରତକୁ ଆସିପାରେ ବିଶ୍ୱର ସମ୍ମାନସ୍ପଦ ଓସ୍କାର ଆୱାର୍ଡ । ୨୦୨୫ ଓସ୍କାର ପାଇଁ ଦୁଇ ଦୁଇଟି ହିନ୍ଦୀ ମୁଭି ଏଣ୍ଟ୍ରୀ ମାରିଛି । ପ୍ରଥମେ ଲାପତା ଲେଡିଜ୍ ଓସ୍କାର ପୁରସ୍କାର ମନୋନୟ ଶ୍ରେଣୀରେ ସାମିଲ ହୋଇଥିଲା । ଏହି ଖବର ଆସିବା ପରେ ଦେଶବ୍ୟାପୀ ଖେଳିଯାଇଥିଲା ଉତ୍ସାହ । ଏବେ ରଣଦୀ ହୁଡାଙ୍କ ଫିଲ୍ମ ସ୍ୱତନ୍ତ୍ର ବୀର ସାବରକର ଓସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ୨୦୨୪ ମାର୍ଚ୍ଚ ୨୨ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସାବରକରଙ୍କ ଚରିତ୍ରକୁ ଅତିହିଁ ଚିତାକର୍ଷକ ଭାବେ ଉପସ୍ଥାପନ କରାଯାଇଥିଲା । ଓସ୍କାର ପକ୍ଷରୁ ଆଧିକାରିକ ରୂପେ ଏହି ତଥ୍ୟ ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଦେଖାଦେଇଛି ଉତ୍ସାହ । ସାମାଜିକ ଗଣମାଧ୍ୟମରେ ୟୁଜର୍ସ ରଣଦୀପ ହୁଡା, ସନ୍ଦୀପ ସିଂ ଓ ନିର୍ମାତା ଆନନ୍ଦ ପଣ୍ଡିତଙ୍କ ଫଟୋ ସେୟାର କରୁଛନ୍ତି ।

ଓସ୍କାରରେ ହୁଡାଙ୍କ ଫିଲ୍ମ ଏଣ୍ଟ୍ରୀ କରିବା ପରେ ଏହାକୁ ନେଇ ଆସୁଛି ବହୁ ପ୍ରତିକ୍ରିୟା । ଭାରତୀୟ ଇତିହାସକୁ ଉଜାଗର କରୁଥିବା ଏହି ଫିଲ୍ମରେ ହୁଡାଙ୍କ ନିର୍ଦ୍ଦେଶନା ଓ ଅଭିନୟ କରିଛନ୍ତି । ହୁଡା କହିଛନ୍ତି ସ୍ୱତନ୍ତ୍ର ବୀର ସାବରକର ଇତିହାସରେ ହଜିଯାଇଥିବା ଏକ ବିଷୟବସ୍ତୁ, ଯାହାକୁ ଫିଲ୍ମ ମାଧ୍ୟମରେ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଥିଲା ନିର୍ମାଣକାରୀ ସଂସ୍ଥାର ଲକ୍ଷ୍ୟ ।

ସେହିପରି ନିର୍ମାତା ପଣ୍ଡିତ କହିଛନ୍ତି, ଓସ୍କାରରେ ଫିଲ୍ମର ମନୋନୟନ ଏକ ବିରାଟ ଗୌରବ । ଏତିସହ ପଣ୍ଡିତ ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି ଏହି ସ୍ମରଣୀୟ ପଦକ୍ଷପେ ପାଇଁ । ଏହି ଯାତ୍ରା ଅବିଶ୍ୱସନୀୟ ହେବ । ଏଥିପାଇଁ ତାଙ୍କ ଏଯାବତ୍ ଯାତ୍ରାରେ ସମର୍ଥନ ଦେଇଥିବା ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଓସ୍କାର ପୁରସ୍କାର ଦୌଡରେ ବୀର ସାବରକର ସାମିଲ ହେବା ପରେ ଫ୍ୟାନଙ୍କ ମଧ୍ୟରେ ଦେଖାଦେଇଛି କ୍ରେଜ । ସୋସିଆଲ ମିଡିଆରେ ଚାଲିଛି କମେଣ୍ଟର ଝଡ । ଏଥିପାଇଁ କେହି ପୂରା ଟିମକୁ ଅଭିନନ୍ଦନ ଜଣାଇବା ସହ ଏହି ପୁରସ୍କାର ପାଇଁ ହକଦାର ଥିବା କହିଛନ୍ତି ।

ଅନ୍ୟଜଣେ କହିଛନ୍ତି, ଏହି ଫିଲ୍ମ ଓସ୍କାର ପାଇବାକୁ ହକଦାର । ପ୍ରାୟ ସମସ୍ତ ଫ୍ୟାନ ବୀର ସାବରକାରକୁ ଓସ୍କାର ପୁରସ୍କାରର ଉପଯୁକ୍ତ ଦାବିଦାର କହିଛନ୍ତି ।

 

Get real time updates directly on you device, subscribe now.