ମେଷ: ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମନର ସରସତା ଉଭେଇ ଯାଇପାରେ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।
ବୃଷ: ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ ହେବ । ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ ବାଣିଜ୍ୟ ଆରମ୍ଭ କରିପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ ।
ମିଥୁନ: ବିବାଦୀୟ ଘଟଣାରେ ହସ୍ତକ୍ଷେପ ମହଙ୍ଗା ପଡିପାରେ । ପାରିବାରିକ ଅସ୍ଥିରତା ରହିବ । ନୂତନ ବନ୍ଧୁ ସମ୍ପର୍କ ଯୋଡିଲେ ଉପକୃତ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ଅସୁବିଧା ହେବନାହିଁ ।
କର୍କଟ: ସମସ୍ୟା ମଧ୍ୟରେ ପ୍ରତ୍ୟେକ କାମକୁ ସମ୍ପନ୍ନ କରିବେ । ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ ।
ସିଂହ: କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ । ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ । ତରବରିଆ ଯାତ୍ରାକରନ୍ତୁ ନାହିଁ । ରଚନାତ୍ମକ କାମ, ପରିବହନ, ବ୍ୟବସାୟ ସକାଶେ ଦିନଟି ବହୁତ ଭଲ ।
କନ୍ୟା: କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ବନ୍ଧୁଙ୍କୁ ନିଜ ସମସ୍ୟା ସମ୍ପର୍କରେ ଜଣାନ୍ତୁ, ସମାଧାନ ହେବ । ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ ।
ତୁଳା: କର୍ମକ୍ଷେତ୍ରରେ ଅବ୍ୟବସ୍ଥା, ପାରିବାରିକ ଜୀବନକୁ ପ୍ରଭାବିତ କରିବ । ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ ।
ବିଛା: ପୂର୍ବସ୍ଥିରୀକୃତ ସ୍ଥାନକୁ ଯାତ୍ରା କରିପାରନ୍ତି । ବନ୍ଧୁମିଳନ ସହ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ । ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବାର ଆଶଙ୍କା ରହିଛି ।
ଧନୁ: ଆଧ୍ୟାତ୍ମିକ ଭାବଧାରାକୁ ପରିୁଷ୍ଟ କରିବେ । ଶାନ୍ତ ଓ ସୁଶିଳତାର ଝଲକରେ ଆତ୍ମୀୟସ୍ୱଜନଙ୍କ ମନ କିଣି ନେଇପାରନ୍ତି । କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ । ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି ।
ମକର: ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ । ଅବଶ୍ୟ ନିକଟ ସମ୍ପର୍କୀୟ ପ୍ରୟପରିଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ । ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ । ଶ୍ରବଣା ନକ୍ଷତ୍ର ଅନ୍ୟର ବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥା ଦ୍ୱାରା କେତେକାଂଶରେ ଉପକୃତ ହୋଇପାରନ୍ତି ।
କୁମ୍ଭ: ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି । କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ । ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପଣେଇ ନେଇ ପାରନ୍ତି । ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ ।
ମୀନ: କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ । ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅତି ଭଲ ସମ୍ପର୍କ ରହିଥିବା ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ହେବେ ।