fbpx

ରାଶିଫଳ (ଗୁରୁବାର,୧ ଜୁଲାଇ୨୦୨୧)

ମେଷ: କୌଣସି କାରଣରୁ ନିରାଶ ହେବେ । ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।

ମିଥୁନ: ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବ ଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି ।

କର୍କଟ: ଘରେ ପୂର୍ଣ୍ଣ ଦିନ ବିତାଇବ । ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ ଅନୁଭବ କରିବେ । ତାଙ୍କ ଦ୍ୱାରା ମିଳିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।

ସିଂହ: ଅନ୍ୟମାନଙ୍କୁ ଆପଣ ସାହାଯ୍ୟର ହାତ ବଢାଇବେ । ଯେଉଁମାନଙ୍କୁ ସାହଯ୍ୟ କରୁଛନ୍ତି ସେ ଆପଣଙ୍କ ଉପରେ କୃତଘ୍ନ ହେବେ ଏବଂ ପ୍ରଶଂସା କରିବେ । କାର୍ଯ୍ୟାଳୟ କିମ୍ବା ଘରେ କିଛି ଚିନ୍ତା ଅନୁଭବ ହୋଇପାରେ ।

କନ୍ୟା: ଆଜି ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ତୁଳା: କାର୍ଯ୍ୟାଳୟ କିମ୍ବା ଘରେ କିଛି ଚିନ୍ତା ଅନୁଭବ ହୋଇପାରେ । ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି, ଯାହାର ପ୍ରଭାବ ଆପଣଙ୍କର ମୁଡ଼୍‌ ଉପରେ ମଧ୍ୟ ପଡ଼ିପାରେ ।

ବିଛା: ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

ଧନୁ: ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚିତ୍‌ ।

ମକର: ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ଆଜି ଆପଣ ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ । କାର୍ଯ୍ୟାଳୟ କିମ୍ବା ଘରେ କିଛି ଚିନ୍ତା ଅନୁଭବ ହୋଇପାରେ ।

କୁମ୍ଭ: ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଜରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମୀନ: କୌଣସି ନୂଆ କାମ କରିବାରେ ମନ ଦେବେ ।ଏହି କାମ ଚେସ ଖେଳ ଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ

Get real time updates directly on you device, subscribe now.