fbpx

ରାଶିଫଳ (ବୁଧବାର ,୨୪ ମାର୍ଚ୍ଚ,୨୦୨୧)

ମେଷ : କୌଣସି କାରଣରୁ ନିରାଶ ହେବେ । ଲକ୍ଷରେ ପହଁଞ୍ôଚବା କଷ୍ଟକର ହେବ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିବ୍ରତ ହୁଅନ୍ତୁ ନାହିଁ । ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ : ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି ।

ମିଥୁନ : ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବ ଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଆପଣଙ୍କର ଖରାପ କରୁଛନ୍ତି ।

କର୍କଟ : ଆଜି ଆପଣ ନିଜ ଘରେ ପୁରା ଦିନ ବିତାଇବେ । ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହଯୋଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।

ସିଂହ : ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତିତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ ।

କନ୍ୟା : ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

ତୁଳା : କାର୍ଯ୍ୟାଳୟ କିମ୍ବା ଘରର କିଛି ଚିନ୍ତା ଅନୁଭବ ହୋଇପାରେ । ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି, ଯାହାର ପ୍ରଭାବ ଆପଣଙ୍କର ମୁଣ୍ଡ ଉପରେ ମଧ୍ୟ ପଡ଼ିପାରେ ।

ବିଛା : ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ବିରକ୍ତ ନହୋଇ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ତାହାଲେ ଭଲ ହେବ ।

ଧନୁ : ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚିତ୍ ।

ମକର : ଆଜି ଆପଣ ନିଜକୁ ଠିକ ଭାବେ ବୁଝି ପାରିବେ । ନିଜର ବ୍ୟକ୍ତିତ୍ତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ ।

କୁମ୍ଭ : ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଜରେ ମିଳିଯାଏ । ଆପଣଙ୍କୁ ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମୀନ : ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ । ଏହି କାମ ଚେସ ଖେଳଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ ।

Get real time updates directly on you device, subscribe now.