fbpx

ତାଲିବାନୀଙ୍କ ଉତ୍ପାତ, ଉଦଣ୍ଡ ଓ ଉନ୍ମତ୍ତ କାରନାମା, ଦେଖନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନକୁ ଅକ୍ତିଆର କରିନେବା ପରେ ପ୍ରବଳ ଉତ୍ପାତ ହେବା ଆରମ୍ଭ କରିଦେଇଛନ୍ତି ତାଲିବାନୀ । ଖାଲି ସେତିକି ନୁହେଁ, ସେମାନଙ୍କ ଉଦଣ୍ଡ ଓ ଉନ୍ମତ୍ତ କାରନାମା ସବୁ ଭିଡିଓରୁ ସ୍ପଷ୍ଟ ହେଉଛି । ଜିମ୍ ଭିତରେ ପଶି ଯେମିତି ହେଉଛନ୍ତି, ଲାଗୁଛି କେବେ ସେମିତି ଜିମ୍ ଦେଖିନଥିଲେ । ହଠାତ୍ ସୁଯୋଗ ପାଇଗଲା ପରେ ତାର ଉପଯୋଗ କେମିତି କରିବେ ଜାଣିପାରୁ ନାହାନ୍ତି ଆତଙ୍କୀ ତାଲିବାନୀମାନେ ।

ସାରା ଆଫଗାନରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ତାଲିବାନୀଙ୍କ ମସ୍ତି ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଲୋକେ ଭୟରେ ଦେଶ ଛାଡ଼ି ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ତାଲିବାନୀଙ୍କ ମସ୍ତି । କାଠଘୋଡ଼ାରେ ବସି ପିଲାଙ୍କ ପାର୍କ ବୁଲିବା ଆଉ ଜିମ୍ ଭିତରେ ପଶି ବଡ଼ ଆଶ୍ଚର୍ଯ୍ୟ ହେଉଥିବା ତାଲିବାନୀଙ୍କ ଭାଇରାଲ୍ ଭିଡିଓରେ ୟୁଜର୍ସମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । କେହି କହିବାକୁ ନାହିଁ, ଯାହା ଇଚ୍ଛା ତାହା କରିଚାଲ ବୋଲି ଲୋକେ ମତ ଦେଉଛନ୍ତି ।

ଅନ୍ୟପକ୍ଷରେ ଆଫଗାନ ଉପ-ରାଷ୍ଟ୍ରପତି ଅମରୁଲା ସଲେହ ନିଜ ଦେଶର ଉତ୍ତରଦାୟିତ୍ୱରେ ରହିଥିବା ନେଇ ଏକ ଟ୍ୱିଟ୍ କରିଛନ୍ତି । କିନ୍ତୁ ଆଫଗାନିସ୍ତାନର ନୂଆ ରାଷ୍ଟ୍ର ମୁଖ୍ୟ ଭାବେ ମୁଲ୍ଲା ଅବଦୁଲ ଘନି ବରାଦର ହେବେ ବୋଲି ଚର୍ଚ୍ଚା ଧରିଛି । ପୂର୍ବରୁ ରାଷ୍ଟ୍ରପତି ଅଶ୍ରଫ ଘନି ପୁଳା ପୁଳା ଟଙ୍କା ନେଇ ଦେଶରୁ ପଳାୟନ କରିଥିବା ଖବର ପ୍ରକାଶ ପାଇଛି ।

ଦେଖନ୍ତୁ ଭିଡିଓ:

Get real time updates directly on you device, subscribe now.