fbpx

ବିବାହକୁ ଯିବା ବେଳେ ଭୟାନକ ଦୁର୍ଘଟଣା: ଟ୍ରାକ୍ଟର ଓଲଟି ୧୩ ଜଣଙ୍କର ମୃତ୍ୟୁ

Advertisement

ଭୋପାଲ: ସକାଳୁ ସକାଳୁ ଏକ ଭୟାନକ ଦୁର୍ଘଟଣା ଘଟିଯାଇଛି । ବିବାହ ଭୋଜିକୁ ଯିଂବା ବେଳେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଧ୍ୟପ୍ରଦେଶର ରାଜଗଡ଼ରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକ ରାଜସ୍ଥାନର ଝାଲୱାଡ ଜିଲ୍ଲା ମୋତିପରା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି । ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.