fbpx

ମାଉଣ୍ଟ ଏଭରେଷ୍ଟରୁ ରାତିରେ ଆସୁଛି ଭୟଙ୍କର ଶବ୍ଦ: ଶହ ଶହ କିମି ଦୂର ପର୍ଯ୍ୟନ୍ତ ଶୁଭୁଛି, ଏହି ରହସ୍ୟ ନେଇ କ’ଣ କହୁଛି ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ୨୯,୦୨୯ ଫୁଟ ବା ୮,୮୪୮ ମିଟର ଅଟେ । ମାଉଣ୍ଟ ଏଭରେଷ୍ଟରେ ଚଢ଼ିବା ଏତେ ସହଜ କଥା ନୁର୍ହେ । ବର୍ତ୍ତମାନ ସୁଦ୍ଧା ଏହି ପର୍ବତକୁ ୩୦୦ରୁ ଅଧିକ ଲୋକ ଯାଇ ସାରିଛନ୍ତି । ତେବେ ଏହି ପର୍ବତରେ ଏଭଳି ଏକ ରହସ୍ୟ ରହିଛି ଯାହା ଆଜି ବି ସମସ୍ତଙ୍କୁ ଡରାଉଛି । ରାତିରେ ଏହିପର୍ବତ ଶୃଙ୍ଗରୁ ଏକ ଭୟଙ୍କର ଶବ୍ଦ ଆସୁଛି । ଏହି ଶବ୍ଦ ଏତେ ଜୋରରେ ଆସିଥାଏ ଯେ, ତାହା ଶହ ଶହ କିମି ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ । ଏହି ଶବ୍ଦ ପଛର ରହସ୍ୟ ବିଷୟରେ ଜାଣିବା ପାଇଁ ରିସର୍ଚ୍ଚ କରାଯାଇଛି ।

୨୦୧୫ର ନେପାଳ ଭୂକମ୍ପ ବିଷୟରେ ନେଟାଫ୍ଲିକ୍ସର ଏକ ଡକ୍ୟୁମେଣ୍ଟାରୀରେ କୁହାଯାଇଛି ଯେ, ଉକ୍ତ ଭୂକମ୍ପରେ ପାଖାପାଖି ୯ ହଜାର ଲୋକଙ୍କ ଜୀବନ ଚାଲିଯାଇଥିଲା । ଯେତେବେଳେ ସୂର୍ଯ୍ୟାସ୍ତ ହୁଏ, ସେତେବେଳେ ଏହି ଶବ୍ଦ ଶୁଣିବାକୁ ମିଳିଥାଏ । ପର୍ବତର ଚାରିଦିଗରୁ ଅଲଗା ଅଲଗା ସ୍ଥାନରୁ ବରଫ ଓ ଭୂମି ଭୁଶୁଡ଼ି ପରି ଶବ୍ଦ ଶୁଣାଯାଏ । ରାତିରେ ଏହି ପାହାଡ଼ ଜୀବିତ ପରି କାହିଁକି ଲାଗେ, ଉଚ୍ଚ ସ୍ୱର କାହିଁକି ଶୁଣାଯାଏ ତାହା ୨୦୧୮ର ରିସର୍ଚ୍ଚ ପୂର୍ବରୁ କେହି ଜାଣିନଥିଲେ ।

୨୦୧୭ରେ ନେପାଳ ଓ ଜାପାନର ଗବେଷକମାନେ ହିମାଳୟ ଗ୍ଲାସିୟରର ଗ୍ଲାସିୟଲ ସେସ୍ମିକ ଆକ୍ଟିଭିଟି ଉପରେ ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ । ସେମାନେ ଏକ ସପ୍ତାହରୁ ଅଧିକ ସମୟ ଧରି ଏକ ଖୋଲା ଗ୍ଲାସିୟରରେ କ୍ୟାମ୍ପ କରିଥିଲେ । ରାତି ହେବା କ୍ଷଣି ସେମାନେ ଏକ ଅଜବ ସ୍ୱର ଶୁଣିବାକୁ ପାଇଥିଲେ । ରାତିରେ ଗ୍ଲାସିୟର ଫାଟୁଥିବା ସେମାନେ ଦେଖିଥିଲେ । ରାତିରେ ହେଉଥିବା ଥର୍ମାଲ ଫ୍ରାକଚରିଂ କାରଣରୁ ସେହି ସ୍ୱର ଶୁଣାଯାଉଥିବା ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା । ତେବେ ତାପମାତ୍ରା ପରିବର୍ତ୍ତନର ପ୍ରଭାବ ବିଶ୍ୱର ଅନ୍ୟ ସ୍ଥାନର ଗ୍ଲାସିୟର ତୁଳନାରେ ହିମାଳୟ ଗ୍ଲାସିୟରରେ କହିଁକି ଅଧିକ ପଡ଼ିଥାଏ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

Get real time updates directly on you device, subscribe now.