fbpx

ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଭୁଶୁଡି ପଡ଼ିଲା ପଡୋଶୀଙ୍କ ଘର: ଚାପି ହୋଇ ୪ ମୃତ, ୨ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋଟିଏ ଘରେ ଗ୍ୟାସ୍ ସସିଲିଣ୍ଡର ବିସ୍ଫୋରଣ ହେବାରୁ ଚାଲିଯାଇଛି ୪ ଜୀବନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପଡୋଶୀ ଘରର କାନ୍ଥ ମଧ୍ୟ ଭୁଶୁଡ଼ିପଡିଥିଲା ।

ତଳେ ଚାପି ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମୁଳକାଳେଦୁ ଗାଁରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି ।

ଦୁର୍ଘଟଣାର ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ବିସ୍ଫୋରଣକୁ ନେଇ ଏକ ମାମଲା ରୁଜୁ । ଘଟଣାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.