ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷକର ପାଠ ପଢା ତିନି ମାସରେ କେମିତି ସାରିଲ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାକୁ ବିରୋଧ କରି ଛାତ୍ରଛାତ୍ରୀ ମାନେ ଧାରଣାକୁ ଓହ୍ଲାଇଛନ୍ତି । ବର୍ଷଯାକ ପାଠ ପଢା ନଥିବା ବେଳେ ପରୀକ୍ଷା ବାତିଲ କରିବା ପାଇଁ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି ।
ରାଜଧାନୀର ରାଜରାସ୍ତାରେ ଛାତ୍ରଛାତ୍ରୀ ମାନେ ଧାରଣାରେ ବସିଛନ୍ତି । ବର୍ଷଯାକ ଛୁଟିରେ ରହିଥିବା ବେଳେ ବର୍ଷର ଶେଷ ଆଡକୁ ପରୀକ୍ଷା କରାଇବା ଅତ୍ୟନ୍ତ ଭୁଲ ନିଷ୍ପତ୍ତି ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ବର୍ଷଯାକ ଆମେ ଗୁଗୁଲ ମିଟରେ ପାଠ ପଢିଥିବା ବେଳେ କ୍ଲାସରୁମରେ ପରୀକ୍ଷା ଦେବାର କୌଣସି ଲଜିକ୍ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।