ଶରୀରରେ ତେଲ ମାଲିସ କଲେ ମିଳେ ଏତେ ଫାଇଦା! ଜାଣିକି ଆଶ୍ଚର୍ଯ୍ୟ ହେବେ

ଶରୀର ପାଇଁ ତେଲ ମାଲିସ ଅନେକ ଲାଭଦାୟକ

ଓଡିଶାଭାସ୍କର: ଶରୀରରେ ମସାଜ୍ ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ଲାଭ ଦେଇଥାଏ। ଆୟୁର୍ବେଦରେ ଏହାକୁ ଅଭ୍ୟାଙ୍ଗ କୁହାଯାଉଥିବାବେଳେ ଏହାର ଲାଭ ବିଷୟରେ ସେଥିରେ ଉଲ୍ଲେଖ ଅଛି। ଏହା କେବଳ ଶରୀରକୁ ଆରାମ ଦିଏ ନାହିଁ, ବରଂ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟକୁ ମଧ୍ୟ ମଜବୁତ କରେ।

ଯେତେବେଳେ ଶରୀରକୁ ହାଲୁକା ହାତରେ ତେଲ କିମ୍ବା ଲୋସନ୍ ଦ୍ୱାରା ମାଲିସ୍ କରାଯାଏ, ଏହା ମାଂସପେଶୀରୁ ଥକ୍କାପଣ ଏବଂ ଚାପ ଦୂର କରେ। ତା ସହିତ ରକ୍ତ ସଞ୍ଚାଳନକୁ ମଧ୍ୟ ଉନ୍ନତ କରେ।

ଗୁରୁଗ୍ରାମର ଆୟୁର୍ବେଦର ଡକ୍ଟର ରାହୁଲ ସିଂହ ସିସୋଦିଆ କହିଛନ୍ତି ଯେ, ଆୟୁର୍ବେଦିକ ତେଲ ମାଲିସ୍ ଏକ ପାରମ୍ପରିକ ଏବଂ ପ୍ରଭାବଶାଳୀ ପଦ୍ଧତି ଯାହା ଶରୀର, ମନ ଏବଂ ଆତ୍ମାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ଏହାକୁ ସଠିକ ପଦ୍ଧତି ଅନୁଯାୟୀ ଘରେ କରିବା ମଧ୍ୟ ବହୁତ ସହଜ।

ଆୟୁର୍ବେଦ କହେ ଯେ, ଆପଣଙ୍କ ଶରୀରର ପ୍ରକାର ଅନୁଯାୟୀ ତେଲ ବାଛନ୍ତୁ। ବାତ ଦୋଷ ଥିବା ଲୋକଙ୍କ ପାଇଁ ତିଲ ତେଲ କିମ୍ବା ଅଶ୍ୱଗନ୍ଧା ତେଲ ଭଲ। ପିତ୍ତ ଦୋଷ ପାଇଁ ନଡ଼ିଆ ତେଲ କିମ୍ବା ଚନ୍ଦନ ତେଲ ଲାଭଦାୟକ, ଯଦି କଫ ରହୁଛି ତେବେ ସୋରିଷ କିମ୍ବା ତ୍ରିଫଳା ତେଲ ବ୍ୟବହାର କରିବା ଉଚିତ। ତେଲକୁ ସାମାନ୍ୟ ଗରମ କରିବା ପରେ ଏହାକୁ ଦେହରେ ଲଗାଇ ମାଲିସ କଲେ ଭଲ ଲାଭ ମିଳିଥାଏ।

ମାଲିସ କରିବାର ପଦ୍ଧତି: ଏହା କରିବା ବହୁତ ସହଜ ଏବଂ ଆପଣ ଏହାକୁ ଘରେ ମଧ୍ୟ କରିପାରିବେ। ପ୍ରଥମେ, ଆପଣଙ୍କୁ ସୁହାଉଥିବା ତେଲ ବାଛନ୍ତୁ। ତା ପରେ ତେଲକୁ ସାମାନ୍ୟ ଉଷୁମ କରି ଦେହରେ ମାଲିସ କରନ୍ତୁ।

ମାଲିସ ପରେ ଶରୀରରେ ତେଲକୁ ଅତି କମରେ 20 ରୁ 30 ମିନିଟ୍ ପାଇଁ ଛାଡି ଦିଅନ୍ତୁ ଯାହା ଦ୍ୱାରା ଏହା ଭିତରେ ପ୍ରଭାବ ପକାଇପାରିବ। ଏହା ପରେ, ଉଷୁମ ପାଣିରେ ଗାଧୋଇ ନିଅନ୍ତୁ। ସାବୁନ ବଦଳରେ ବେସନ, ମୁଲତାନି ମାଟି କିମ୍ବା ଯେକୌଣସି ଆୟୁର୍ବେଦିକ ପେଷ୍ଟ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।

ଯଦି ସପ୍ତାହରେ ଅତି କମରେ 2 ରୁ 3 ଥର ଏହାକୁ କରାଯାଏ, ତେବେ ଏହା ଶରୀରକୁ ଥକାପଣରୁ ମୁକ୍ତି ଦେବା, ଚର୍ମକୁ ଉଜ୍ଜ୍ୱଳ କରିବା ଏବଂ ମାନସିକ ଶାନ୍ତି ଦେବାରେ ବହୁତ ସାହାଯ୍ୟ କରିବ।