fbpx

Cancer କେମିତି ବୃଦ୍ଧି ପାଉଛି: Genetic Mappingରୁ ଜଣାପଡ଼ିଲା ଏହାର ସିକ୍ରେଟ୍

ନୂଆଦିଲ୍ଲୀ: ଆଜିର ସମୟରେ କ୍ୟାନସର ସାରା ବିଶ୍ୱ ପାଇଁ ଏକ ଘାତକ ବିମାରୀ । ଦିନକୁ ଦିନ ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ବୈଜ୍ଞାନିକମାନେ ମଧ୍ୟ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣୁଛନ୍ତି । ତେବେ କ୍ୟାନସର କେମିତି ବୃଦ୍ଧି ପାଉଛି ସେନେଇ ନିକଟରେ ଏକ ତଥ୍ୟ ସାମ୍ନାକୁ ଆସିଛି । ଜେନେଟିକ୍ ମ୍ୟାପିଂ ମାଧ୍ୟମରେ ଏହି ସିକ୍ରେଟ ପର୍ଦ୍ଦାଫାସ କରିଛନ୍ତି ବୈଜ୍ଞାନିକମାନେ ।

ନିକଟରେ ଅକ୍ସଫୋର୍ଡ ୟୁନିଭରସିଟି, କେଟିଏଚ ରୟାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନେଲୋଜି, ସ୍ୱିଡେନର ସାଇନ୍ସ ଫର ଲାଇଫ୍ ଲାବୋରେଟାରୀ ଆଣ୍ଡ କେରାଲିନସ୍କା ଇନଷ୍ଟିଟଚ୍ୟୁଟ ପକ୍ଷରୁ ଏକ ରିସର୍ଚ୍ଚ କରାଯାଇଥିଲା । ପ୍ରୋଷ୍ଟେଟ ଟ୍ୟୁମର ପୂର୍ବରୁ ଅଜ୍ଞାତ ଥିବା ଏକ ଜେନେଟିକ୍ ଭାରିଅଏସନକୁ ଧାରଣ କରିଥାଏ । ଟିସୁଗୁଡ଼ିକୁ ନଷ୍ଟ ନକରି ତାହା ସ୍ପାଟିଆଲ ଟ୍ରାନ୍ସକ୍ରିପ୍ଟୋମିକ୍ସ ମାଧ୍ୟମରେ କ’ଣ ପରିବର୍ତ୍ତନ ଘଟୁଛି ତାହା ଉପରେ ନଜର ରଖୁଥିଲା ।

ତେବେ ଗବେଷକଙ୍କ ଏହି ନୂଆ ଟେକନିକ ପୂର୍ବ ଟେକନିକ ଅପେକ୍ଷା ଚିକିତ୍ସା କ୍ଷେତ୍ରରେ ଅଧିକ ସହଜ ହେବ । ନୂଆ ଟେକନିକରେ କ୍ୟାନସର ସଂକ୍ରମିତ ସ୍ଥାନରୁ ନମୂନା ସଂଗ୍ରହ କରିବା ସହ ଡିଏନଏକୁ ଆନାଲାଇଜ୍ କରିହେବ । ପ୍ରୋଷ୍ଟେଟ ଟିସୁ ଏକ ଥ୍ରି-ଡାଇମେନସନାଲ, ଏହା କ୍ୟାନସରକୁ ବିକଶିତ କରିଥାଏ । ମ୍ୟାପ କରିବା ପରେ ବୈଜ୍ଞାନିକମାନେ ସେଲ ଓ ଜେନେଟିକ ଉପରେ ଏକ ଆଶ୍ଚର୍ଯ୍ୟଜନ ତଥ୍ୟ ପାଇଥିଲେ ।

Get real time updates directly on you device, subscribe now.