ଓଡ଼ିଶା ଭାସ୍କର ବ୍ୟୁରୋ: ଆପଣ ମାନେ କେବେ ଧ୍ୟାନ ଭାବିଛନ୍ତି କି ଯଦି ସାବୁନ୍ ସର୍ଫ ନଥାନ୍ତା ତାହେଲେ କେମିତି ନିଜର କପଡ଼ା ଧୋଇଥାନ୍ତେ । ତାହେଲେ ପୂରାତନ କାଳରେ ଥିବା ରାଜା-ରାଣୀ ମାନଙ୍କ ମହଙ୍ଗା ପୋଷାକ ସବୁ କିପରି ସଫା କରାଯାଉଥିବ ? କେବେ ଭାବିଛନ୍ତି କି? ବିନା ସାବୁନ୍ ସର୍ଫ ବ୍ୟବହାର କରି କିପରି ପୁରାତନ କାଳରେ ଲୁଗାପଟା ସଫା କରାଯାଉଥିବ? ଆଜି ଆମେ ଜାଣିବା ଏହି ବିଷୟ ସମ୍ପର୍କରେ ।
ଭାରତରେ ଆଧୁନିକ ସାବୁନ୍ ର ଆରମ୍ଭ ୧୩୦ ବର୍ଷ ତଳେ ବ୍ରିଟିଶ୍ ଶାସନ କାଳରେ ହୋଇଥିଲା । ଲିଭର୍ ବ୍ରଦର୍ସ ଇଂଲଣ୍ଡରେ ପ୍ରଥମ ଥର ପାଇଁ ସାବୁନ୍ ବଜାରକୁ ଆଣିଥିଲେ । ପ୍ରଥମେ ପ୍ରଥମେ ସାବୁନ୍ କୁ ଭାରତକୁ ଅଣାଯାଇ ଏଠାରେ ବ୍ୟବସାୟ କରାଯାଉଥିଲା । ଆଉ ଯେତେବେଳେ ଏଠାରେ କ୍ରମଶଃ ଲୋକ ମାନେ ସାବୁନର ବ୍ୟବହାର କରିଚାଲିଲେ ସେତେବେଳେ ଏଠାରେ ସାବୁନପ୍ରସ୍ତୁତକାରୀ ଫ୍ୟାକ୍ଟ୍ରି ତିଆରି ହେବାକୁ ଲାଗିଲା ।
ଏଠାରେ ଗାଧୋଇବା ଏବଂ ସଫା କରିବା ସାବୁନ୍ ତିଆରି କରାଯାଉଥିଲା । ଉତ୍ତର-ପଶ୍ଚିମ ସାବୁନ୍ କମ୍ପାନୀ ପ୍ରଥମ ଥର ପାଇଁ ୧୮୯୭ ରେ ମେରଠରେ ଦେଶର ପ୍ରଥମ ସାବୁନ୍ କାରଖାନା ଆରମ୍ଭ କରିଥିଲା । ଫ୍ୟାକ୍ଟ୍ରି ଖୋଲିଥିଲା ସତ କିନ୍ତୁ ଲୋକ ମାନେ ଏହାକୁ ଅଧିକ ବ୍ୟବହାର କରୁନଥିଲେ । ଲୋକ ମାନେ ତେଲ ଏବଂ ସୋଡ଼ାରୁ ସାବୁନ୍ ତିଆରି କରିବା କଳା ଏଠାକାର ଲୋକମାନଙ୍କୁ ଜଣାନଥିଲା । ତାହେଲେ କିପରି କପଡା ସଫା କରାଯାଉଥିଲା? କିପରି ଚମକୁଥିଲା ରାଜା-ରାଣୀଙ୍କ ପୋଷାକ?
ଭାରତ ସର୍ବଦା ବନସ୍ପତି ଏବଂ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ ରହୁଥିଲା । ଏଠାରେ ଏକ ଗଛ ଥିଲା । ଯାହାକୁ ରୀଠା କୁହାଯାଉଥିଲା । ସେ ସମୟରେ କପଡ଼ା ସଫା କରିବା ପାଇଁ ରୀଠାକୁ ବ୍ୟବହାର କରାଯାଉଥିଲା । ରୀଠାର ଗଛ ପ୍ରବଳ ମାତ୍ରାରେ ଲଗାଯାଉଥିଲା । ତେବେ ଆଜି ବି ଏହାକୁ ଅର୍ଗାନିକ୍ ପ୍ରଡକ୍ସ ହିସାବରେ ବ୍ୟବହାର କରାଯାଉଛି । ରେଶମ କପଡ଼ାରୁ କୀଟାଣୁମୁକ୍ତ କରିବା ପାଇଁ ଏହାକୁ ଖୁବ୍ ବ୍ୟବହାର ହେଉଥିଲା ।
ରୀଠାର ବ୍ୟବହାର ଏବେ ଚୁଟି ବଢ଼ିବା ପାଇଁ ବ୍ୟବହାର କରାଯାଉଛି । ଏଥିରୁ ସାମ୍ପୁ ମଧ୍ୟ ତିଆରି ହେଉଛି । ପୁରୁଣା ସମୟରେ ରାଣୀ ମାନେ କପଡ଼ା ସଫା କରିବା ପାଇଁ ଏବଂ କେଶ ଘନ କରିବାପାଇଁ ଏହାକୁ ବ୍ୟବହାର କରୁଥିଲେ । ସେ ସମୟରେ ଦୁଇଟି ଉପାୟରେ କପଡ଼ା ସଫା ହେଉଥିଲା । ସାଧାରଣ ଲୋକ ଗରମ ପାଣିରେ କପଡ଼ାକୁ ବୁଡ଼ାଉଥିଲେ ଏବଂ ତାକୁ ଥଣ୍ଡା କରିବା ପରେ ପଥରରେ ପିଟୁଥିଲେ । ବର୍ତ୍ତମାନ ସମୟରେ ଯେଉଁଠି ଧୋବି ଘାଟ ରହିଛି ସେଠାରେ ଏହିପରି ଭାବରେ କପଡ଼ା ସଫା କରାଯାଉଛି । କିନ୍ତୁ ରାଜାରାଣୀ ମାନଙ୍କ କପଡ଼ା ରୀଠାରେ ସଫା ହେଉଥିଲା । ପାଣିରେ ରୀଠା ଫଳକୁ ଗରମ କରଯାଉଥିଲା । ଏହାଦ୍ୱାରା ପାଣିରେ ଫେଣ ଉତ୍ପନ୍ନ ହେଉଥିଲା । ଏହାପରେ ତାକୁ ହାତରେ ଘସି ସଫା କରାଯାଉଥିଲା । ଯଦ୍ୱାରା କପଡ଼ା କୀଟାଣୁମୁକ୍ତ ହୋଇପାରିବ ।
ସଫା କରିବାର ଆଉ ଏକ ଉପାୟ ଥିଲା, ଯାହା ମଧ୍ୟ ବହୁତ ଲୋକପ୍ରିୟ ଥିଲା । ଗ୍ରାମାଞ୍ଚଳରେ ଖାଲି ଜମିରେ, ନଦୀ ପୋଖରୀ କୂଳରେ କିମ୍ବା କ୍ଷେତରେ ଧଳା ରଙ୍ଗର ପାଉଡର ଦେଖାଯାଏ, ଯାହାକୁ ‘ରେହ’ ମଧ୍ୟ କୁହାଯାଏ । ଏହା ଭାରତ ଜମିରେ ପ୍ରଚୁର ପରିମାଣରେ ମିଳିଥାଏ । ଏହାର କୌଣସି ମୁଲ୍ୟ ନଥାଏ । ଏହି ପାଉଡରକୁ ପାଣିରେ ମିଶାଇ ପୋଷାକ ଭିଜାଯାଏ । ଏହା ପରେ ପୋଷାକକୁ କାଠ କିମ୍ବା ଗଛର ମୂଳରୁ ତିଆରି ମୂଳ ସହିତ ଘଷି ସଫା କରାଯାଉଥିଲା । ଏହି ରେହ ହେଉଛି ଏକ ବହୁବୂଲ୍ୟ ଖଣିଜ । ଏଥିରେ ସୋଡିୟମ୍ ସଲଫେଟ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ଏବଂ କ୍ୟାଲସିୟମ୍ ସଲଫେଟ୍ ଥାଏ, ଏଥିରେ ସୋଡିୟମ୍ ହାଇପୋକ୍ଲୋରାଇଟ୍ ମଧ୍ୟ ମିଳିଥାଏ, ଯାହା ପୋଷାକକୁ କୀଟାଣୁମୁକ୍ତ କରିଥାଏ ।
କେବଳ ପ୍ରାଚୀନ ଭାରତ ନୁହେଁ, କିଛି ଦଶନ୍ଧି ପୂର୍ବରୁ ମଧ୍ୟ ଭାରତୀୟମାନେ ନିଜ ଶରୀରରେ କାଦୁଅ ଓ ପାଉଁଶ ଘଷି ମଧ୍ୟ ସ୍ନାନ କରୁଥିଲେ ଏବଂ ସଫା କରୁଥିଲେ। ବାସନକୁ ସଫା କରିବା ପାଇଁ ପାଉଁଶ ଏବଂ ମାଟି ମଧ୍ୟ ବ୍ୟବହୃତ ହେଉଥିଲା । ଲୋକମାନେ ସଫା କରିବା ପାଇଁ କାଦୁଅ ବ୍ୟବହାର କରୁଥିଲେ ।