fbpx

ଶୀତ ଓ ଗରମରୁ କେମିତି ନିଜକୁ ରକ୍ଷା କରନ୍ତି ମହାକାଶଚାରୀ! କ’ଣ ସାଙ୍ଗରେ ନିଅନ୍ତି ଶୀତବସ୍ତ୍ର, କେଉଁଠି ଶୋଇଥାଆନ୍ତି ସେମାନେ! ଜାଣନ୍ତୁ

ଓଡିଶା ଭାସ୍କର: ରହସ୍ୟମୟ ଅଟେ ଅନ୍ତରୀକ୍ଷ । ସେହି ରହସ୍ୟର ଅନପସନ୍ଧାନ ପାଇଁ ସେଠିକୁ ଯାଆନ୍ତି ଯାତ୍ରୀ । ଯାହାଙ୍କୁ କୁହାଯାଏ ମହାକାଶଚାରୀ । ସେମାନଙ୍କ ଖାଦ୍ୟପେୟଠୁ ଶୋଇବା ପର୍ଯ୍ୟନ୍ତ ସବୁକିଛି ଥାଏ ଭିନ୍ନ । ଗରମ ହେଉ କି ଥଣ୍ଡା ସେମାନେ ସେଠି ସହଜରେ ତଥା କେବେ କେବେ ବିପଦରେ ବି ଜୀବନ ବଞ୍ଚନ୍ତି । ସେଥିପାଇଁ ସେମାନେ ଜଣେ ଜଣେ ଯୋଦ୍ଧା ଭାବେ ମଧ୍ୟ ପରିଚିତ । ତେବେ ଗରମ ଓ ଥଣ୍ଡାରୁ ମହାକାଶଚାରୀ କେମିତି ରକ୍ଷା ପାଆନ୍ତି ଜାଣନ୍ତି !

ନିକଟରେ ବୋଇଂ କୈସ୍ପୁଲର ଦୁଇ ଜଣ ଅନ୍ତରୀକ୍ଷଚାରୀ କିଛି ଯାନ୍ତ୍ରିକତ୍ରୁଟି କାରଣରୁ ଅନିଶ୍ଚିତକାଳ ପାଇଁ ମହାକାଶରେ ଅଟକି ଯାଇଛନ୍ତି । ସେମାନେ କେବେ ସେଠାରୁ ଫେରିବେ ତାହାର ସ୍ପଷ୍ଟତା କାହା ପାଖରେ ମଧ୍ୟ ନାହିଁ । ଏମିତିସ୍ଥିତିରେ ଅନେକଙ୍କ ମନରେ ଅନେକ ପ୍ରଶ୍ନ । ସେମାନେ ସେଠାରେ କେମିତି ରହୁଥିବେ ! ଥଣ୍ଡା ତଥା ଗରମରେ ସେମାନେ ସେଠାରେ କେମିତି ବଞ୍ଚୁଥିବେ! ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସିବା ବି ସ୍ୱାଭାବିକ ।

ତେବେ କହିରଖୁ, ଅନ୍ତରୀକ୍ଷରେ ମହାକାଶଚାରୀମାନେ ସ୍ପେସ ସୁଟ ପିନ୍ଧି ରୁହନ୍ତି । ଏହା ଉଭୟ ଥଣ୍ଡା ଓ ଗରମରୁ ସେମାନଙ୍କୁ ରକ୍ଷା କରିବା ସହ ଅମ୍ଲଜାନ ବି ପ୍ରଦାନ କରେ । ଏହାବାଦ ସ୍ପେସସିପରେ ହିଁ ସେମାନେ ଶୟନ କରନ୍ତି । କିନ୍ତୁ ପୃଥିବୀରେ ସାଧାରଣ ଲୋକ ଯେମିତି ଶୋଇ ଥାଆନ୍ତି, ତାହାଠୁ ଏମାନଙ୍କ ଶୟନ କରିବା ଶୈଳୀ ବେଶ୍ ଭିନ୍ନ । କାରଣ ସେଠାରେ ପବନରେ ରହିବାକୁ ହୁଏ । ଶୋିବା ପାଇଁ ମହାକାଶଚୀରୀ ସ୍ଲିପିଂ ବ୍ୟାଗର ବ୍ୟବହାର କରନ୍ତି । ତାହା ସେମାନଙ୍କ ସମ୍ପୂର୍ଣ୍ଣ ଶରୀରକୁ ଗୋଟିଏ ସ୍ଥାନରେ ରହିବାରେ ସହାୟତା କରେ । ଏହି ସମୟରେ ସେମାନେ ଓଲଟି ବି ଗଲେ ସେମାନଙ୍କୁ କିଛି ଜଣା ପଡେ ନାହିଁ ।

Get real time updates directly on you device, subscribe now.