fbpx

ହାତରେ କେତେ ଦିନ ରକ୍ଷାସୂତ୍ର ବାନ୍ଧିବା ଆବଶ୍ୟକ, ଜାଣନ୍ତୁ ଏହାର ୫ଟି ମହତ୍ତ୍ୱପୂର୍ଣ୍ଣ କଥା

Advertisement

ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରା ଅନୁଯାୟୀ, ଆମେ ସାଧାରଣତଃ ପୂଜା-ଯଜ୍ଞ- ମନ୍ଦିର ଆଦି ସ୍ଥାନମାନଙ୍କରେ ହାତରେ ରକ୍ଷାସୂତ୍ର ବାନ୍ଧିଥାଉ । କୌଣସି ପୂଜା ହେଲେ ଆମକୁ ପୁରହିତ ଏହାକୁ ପିନ୍ଧାଇଥାଆନ୍ତି । ଏହାର ନାମ ରକ୍ଷାସୂତ୍ର ଏଥିପାଇଁ, କାରଣ ଏହାକୁ ଆମକୁ ଅନେକ ସମସ୍ୟାରୁ ରକ୍ଷା କରିଥାଏ । ତେବେ ଏହାକୁ ଅଧିକାଂଶ ବହୁ ଦିନ ପର୍ଯ୍ୟନ୍ତ ପିନ୍ଧିଥାଆନ୍ତି । କିନ୍ତୁ ଆସନ୍ତୁ ଜାଣିବା ଏତେ ଦିନ ପିନ୍ଧିଲେ କଣ ହୋଇଥାଏ ଏବଂ ଏହାକୁ କେତେ ଦିନ ପର୍ଯ୍ୟନ୍ତ ପିନ୍ଧିବା ଆବଶ୍ୟକ ।

-ହାତରେ ରକ୍ଷାସୂତ୍ରକୁ ମାତ୍ର ୨୧ ଦିନ ପର୍ଯ୍ୟନ୍ତ ପିନ୍ଧିବା ଆବଶ୍ୟକ ।

-କାରଣ ୨୧ ଦିନ ପରେ ଏହାର ରଙ୍ଗ ଫିକା ପଡିଯାଇଥାଏ ।

-୨୧ ଦିନ ପରେ ଏହି ସୂତାକୁ ହାତରୁ କାଢି ପ୍ରବାହିତ ଜଳରେ କିମ୍ବା ମାଟିତଳେ ପୋତି ଦେବା ଆବଶ୍ୟକ ।

-ହାତରୁ କଢାଯିବା ପରେ ସେହି ସୂତାଟି ନକରାତ୍ମକ ହୋଇଥାଏ ।

-ରକ୍ଷାସୂତ୍ରର ରଙ୍ଗ ଯଦି ଫିକା ପଡିଯାଏ କିମ୍ବା ସେଥିରୁ ସୂତା ବାହାରିବାକୁ ଲାଗିଥାଏ ତେବେ ଏହାକୁ ପିନ୍ଧିବା ଦ୍ୱାରା ଗ୍ରହ ଦୋଷ ଲାଗିଥାଏ ।

Get real time updates directly on you device, subscribe now.