fbpx

ଦୁନିଆର ଶ୍ରେଷ୍ଠ ୧୦ଟି ଉଚ୍ଚତମ ଅଟ୍ଟାଳିକା: ଜାଣନ୍ତୁ ଏହି ତାଲିକାରେ ଭାରତର ନାମ ସାମିଲ ଅଛି କି ନାହିଁ

Advertisement

ଓଡିଶା ଭାସ୍କର: ଦୁନିଆର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା ଭାବରେ ବୁର୍ଜ ଖଲିଫା ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏପରି ୧୦ଟି ଶ୍ରେଷ୍ଠ ଉଚ୍ଚତମ ଅଟ୍ଟାଳିକା କେଉଁଠାରେ ରହିଛି । ତେବେ ଦୁନିଆର ଉଚ୍ଚତମ ଅଟ୍ଟାଳିକାମାନଙ୍କ ତାଲିକାରେ ଭାରତର ନାମ ଅଛି କି ନାହିଁ ଆସନ୍ତୁ ଜାଣିବା..

କାଉନସିଲ ଅଫ ଟଲ ବଲ୍ଡିଂ ସହରୀ ହାବିଟାଟ ଅନୁଯାୟୀ, ଦୁନିଆର ସବୁଠାରୁ ଉଚ୍ଚତମ ଅଟ୍ଟାଳିକା ଭାବରେ ବୁର୍ଜ ଖଲିଫାକୁ ପରିଗଣିତ କରାଯାଉଛି । ଯାହା ଦୁବାଇ ସ୍ଥିତ ୟୁଏଇ ସହରରେ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ମାଲେସିଆର ୧୧୮ ମହଲା ବିଶିଷ୍ଠ ମର୍ଡେକା କୋଠା ରହିଛି । ଏହାର ଉଚ୍ଚତା ୬୭୭.୯ ମିଟର ରହିଛି । ତୃତୀୟ ସ୍ଥାନରେ ଚୀନର ସାଂଘାଇ ଟାୱାର ରହିଛି । ଏହା ଉଚ୍ଚତା ୬୩୨ ମିଟର ରହିଥିବା ବେଳେ ୧୨୮ ମହଲ ରହିଛି । ସେହିପରି ସାଉଦି ଆରବର ରୟାଲ କ୍ଲକ ଟାଓା୍ୱର ରହିଛି । ଏହା ୧୨୦ ମହଲା ହୋଇଥିବା ବେଳେ ଏହାର ୬୦୧ ମିଟର ଉଚ୍ଚତା ରହିଛି । ଚୀନର ପିଙ୍ଗ ଫାଇନାନ୍ସ ସେଣ୍ଟର ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛି । ଏହି କୋଠାଟି ୧୧୫ ମହଲା ବିଶିଷ୍ଟ ରହିଥିବା ବେଳେ ଉଚ୍ଚତା ୫୯୯.୧ ମିଟର ଉଚ୍ଚତା ରହିଛି । ଷଷ୍ଠ ନମ୍ବର ତାଲିକାରେ ଲୋଟେ ୱାଲର୍ଡ ଟାଓା୍ୱର ରହିଛି । ଏହି କୋଠାଟି ଦକ୍ଷିଣ କୋରିଆରେ ରହିଛି । ୧୨୩ ମହଲା ବିଶିଷ୍ଟ କୋଠାଥିବା ବେଳେ ଏହାର ଉଚ୍ଚତା ୫୪୧.୩ ମିଟର ରହିଛି । ତାପରେ ଆମେରିକାର ୱାନ ୱାର୍ଲଡ ବାଣିଜ୍ୟ କେନ୍ଦ୍ର ସପ୍ତମ ସ୍ଥାନରେ ରହିଛି । ଏହା ୯୪ ମହଲା ବିଶିଷ୍ଟ ହୋଇଥିବା ବେଳେ ଉଚ୍ଚତା ହେଉଛି ୫୪୧୧. ୩ ମିଟର ।

ସେହିପରି ଚୀନର ଗୁଆଙ୍ଗଜୋ ସିଟିଏଫ ଫାଇନାନ୍ସ ସେଣ୍ଟର ଅଷ୍ଟମ ସ୍ଥାନ ଅଧିକାର କରିଛି । ତାଞ୍ଜିନ୍ ସିଟିଏଫ ଫାଇନାନ୍ସ କେନ୍ଦ୍ର ନବମ ସ୍ଥାନରେ ରହିଛି । ଏହାପରେ ଚାଇନାର ସିଟିକ ଟାୱାର ୧୦ମ ସ୍ଥାନରେ ରହିଛି । ଏହାର ଉଚ୍ଚତା ୫୨୭.୭ ମିଟର ହୋଇଥିବା ବେଳେ ଏହି କୋଠା ୧୦୯ ମହଲା ରହିଛି । ତେବେ ଏହି ଶ୍ରେଷ୍ଠ ୧୦ ଉଚ୍ଚ କୋଠାମାନଙ୍କ ଭିତରେ ଭାରତରେ କୌଣସି ଉଚ୍ଚ ବିଲ୍ଡିଂ ନଥିବାର ଜଣାଯାଇଛି ।

ଏହି କୋଠାମାନଙ୍କ ମଧ୍ୟରେ ଭାରତର କୋଠା ଟପ ୧୦ ତ ଦୂରର କଥା ଟପ ୧୦୦ ଭିତରେ ବି ଭାରତର ନାମ ନାହିଁ । ତେବେ ଦୁନିଆର ସବୁଠାରୁ ଉଚ୍ଚତମ କୋଠା କଥା କହିଲେ ଚୀନର ପାଞ୍ଚଟି, ମାଲେସିଆର, ସାଉଦୀ ଆରବ, ଆମେରିକା ଏବଂ ଦକ୍ଷିଣ କୋରିଆର ଗୋଟେ ଗୋଟେ କୋଠା ଟପ ୧୦ରେ ସାମିଲ ରହିଛି ।

Get real time updates directly on you device, subscribe now.